ସ୍ୱାସ୍ଥ୍ୟ

ଶୀତଦିନେ ଖାଲି ପାଦରେ ସକାଳେ ଘାସ ଉପରେ ଚାଲିଲେ ମିଳିଥାଏ ଅନେକ ଫାଇଦା

ଶରୀରକୁ ସୁସ୍ଥ ରଖିବାକୁ କିଏ କେତେ ଉପାୟ ଆପଣାଉଛନ୍ତି। କିଏ ୱାର୍କ ଆଉଟ୍‌ କରୁଛି ତ ପୁଣି କିଏ ଡାଏଟିଂ। ହେଲେ ସକାଳୁ ଖାଲି ପାଦରେ ଯେଉଁମାନେ ସବୁଜ ଘାସ ଉପରେ ଚାଲୁଛନ୍ତି ସେମାନେ ନିଜକୁ ଅନ୍ୟମାନଙ୍କଠାରୁ ଅଧିକ ସୁସ୍ଥ ରଖିପାରୁଛନ୍ତି। କାରଣ ସକାଳୁ ଖାଲି ପାଦରେ ଘାସରେ ଚାଲିବା ସମୟରେ ଦେହରେ ପଡୁଥିବା ସୂର୍ଯ୍ୟକିରଣ ମଧ୍ୟ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।
  • ଶୀତଦିନେ ଖାଲି ପାଦରେ ସକାଳେ ଘାସ ଉପରେ ଚାଲିଲେ ଶରୀରର ତାପମାତ୍ରା ନିୟନ୍ତ୍ରଣରେ ରହିଥାଏ। ଏହାଦ୍ୱାରା ଥଣ୍ଡା ସର୍ଦ୍ଦି ଭଳି ସମସ୍ୟା ସହଜରେ ଦୂରେଇ ଯାଇଥାଏ।
  • ଖାଲି ପାଦରେ ଘାସରେ ଚାଲିଲେ ଏହା ଆକ୍ୟୁପ୍ରେସର ଭଳି କାମ ଦେଇଥାଏ। ହାତ ଗୋଡ ସହ ଶରୀରର ସମସ୍ତ ଶିରା ପ୍ରଶିରା ଯୋଡି ହୋଇ ଥିବାରୁ ଚାଲିବା ବେଳେ ପାଦରେ ଚାପ ପଡିଥାଏ। ଫଳରେ ରକ୍ତ ସଞ୍ଚାଳନ ଠିକ୍‌ ହେବା ସହ ହୃଦ୍‌ଘାତ ହେବାର ଆଶଙ୍କା କମ୍‌ ଥାଏ। ଏପରିକି ହାର୍ଟରେ ବ୍ଲକେଜ୍‌ ହେବା ସମସ୍ୟା ମଧ୍ୟ ଦୂରେଇ ଯାଇଥାଏ।
  • ଏହାଦ୍ୱାରା ମାଂସପେଶୀ ସକ୍ରିୟ ହେବା ସହ ଏଥିସହ ଜଡିତ ସମସ୍ତ ସମସ୍ୟାର ସମାଧାନ ହୋଇଥାଏ।
  • ଯେଉଁମାନେ ନିୟମିତ ଖାଲି ପାଦରେ ସବୁଜ ଘାସ ଉପରେ ଚାଲୁଛନ୍ତି ସେମାନଙ୍କ ନିକଟରେ ଚିନ୍ତା, ନିଦ୍ରାହୀନତା, ଆଥର୍‌ରାଇଟିସ୍‌, ଏବଂ ଅଷ୍ଟିଓପୋରୋସିସ୍‌ ଭଳି ସମସ୍ୟା ଦେଖାଦେଇ ନ ଥାଏ।
  • ଘାସ ଉପରେ ଚାଲିଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button