ବାଣିଜ୍ୟ

ଭୋଡାଫୋନ୍‌ ଇଣ୍ଡିଆ ଏବଂ ଆଇଡିଆ ସେଲ୍ୟୁଲାର୍‌ର ମିଶ୍ରଣ

ଆଓରି-ନୂଆଦିଲ୍ଲୀ(୨୬/୭) : ଭୋଡାଫୋନ୍‌ ଇଣ୍ଡିଆ ଏବଂ ଆଇଡିଆ ସେଲ୍ୟୁଲାର୍‌ର ମିଶ୍ରଣକୁ ଟେଲିକମ୍‌ ବିଭାଗ(ଡିଓଟି) ଅନ୍ତିମ ମଞ୍ଜୁରୀ ପ୍ରଦାନ କରିଛି। ଉଭୟ ଟେଲିକମ୍‌ କମ୍ପାନୀ ୩,୯୦୦ କୋଟି ଟଙ୍କା ଏବଂ ଓ୍ବାନ୍‌-ଟାଇମ୍‌ ସ୍ଫେକ୍ଟର୍ମ ଚାର୍ଜ ନିମନ୍ତେ ୩,୩୦୦ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ପ୍ରଦାନ କରିବା ପରେ ସରକାର ଏହି ମିଶ୍ରଣକୁ ମଞ୍ଜୁର କରିଛନ୍ତି। ଏ ନେଇ ଜଣେ ବରିଷ୍ଠ ବିଭାଗୀୟ ଅଧିକାରି ସୂଚନା ଦେଇଛନ୍ତି। ଉଭୟ ଟେଲିକମ୍‌ କମ୍ପାନୀ ଆବଶ୍ୟକୀୟ ବକେୟା ଅର୍ଥରାଶି ପ୍ରଦାନ କରିବା ପରେ ବିଭାଗ ମଞ୍ଜୁରୀ ପ୍ରସ୍ତାବକୁ ସ୍ବୀକୃତି ପ୍ରଦାନ କରିଛି ବୋଲି ଜଣେ ବିଭାଗୀୟ ଅଧିକାରୀ ନିଜ ନାମ ଗୋପନ ରଖି ସୂଚନା ଦେଇଛନ୍ତି।
ମିଶ୍ରଣ ପରେ ଏହାର ନାମ ଭୋଡାଫୋନ୍‌ ଆଇଡିଆ ଲିମିଟେଡ୍‌ ରହିବ। ମିଶ୍ରଣର ପଞ୍ଜୀକରଣ ପାଇଁ ଉଭୟଙ୍କୁ କମ୍ପାନୀର ରେଜିଷ୍ଟ୍ରାରରେ ଆବେଦନ କରିବାକୁ ପଡିବ। ଭୋଡାଫୋନ୍‌-ଆଇଡିଆ ମିଶ୍ରଣ ପରେ ଏହା ଭାରତର ଦ୍ୱିତୀୟ ବୃହତମ ଟେଲିକମ୍‌ କମ୍ପାନୀ ଭାରତି ଏୟାରଟେଲ୍‌କୁ ବିସ୍ଥାପନ କରିବ। ମୁକେଶ ଅମ୍ବାନୀଙ୍କ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌କୁ ଲକ୍ଷ୍ୟରେ ରଖି କମ୍ପାନୀ ନିଜର ଋଣନିତୀ ପ୍ରସ୍ତୁତ କରିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button