ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଉପରେ ବଲିଉଡ଼ ଚଳଚ୍ଚିତ୍ର କରିବେ ବିବେକ ଓବରୟ
1 min read
ଆଓରି-ନୂଆଦିଲ୍ଲୀ(୨୩/୦୮) : ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଉପରେ ବଲିଉଡ଼ ଚଳଚ୍ଚିତ୍ର ନିର୍ମାଣ ହେବ। ବଲିଉଡ ଅଭିନେତା ବିବେକ ଓବରୟଙ୍କୁ ଏହି ଚଳଚ୍ଚିତ୍ର ନିର୍ମାଣ କରିବାକୁ ଅନୁମତି ମିଳିଛି। ଜମ୍ମୁ-କାଶ୍ମୀର, ଦିଲ୍ଲୀ ଏବଂ ଆଗ୍ରାରେ ୨୦୨୦ରୁ ସିନେମାର ଶୁଟିଂ ଆରମ୍ଭ ହେବ। ହିନ୍ଦୀ, ତେଲଗୁ ଏବଂ ତାମିଲ ଭଳି ତିନୋଟି ଭାଷାରେ ଚଳଚ୍ଚିତ୍ରଟି ନିର୍ମାଣ କରାଯିବ ।
ରିପୋର୍ଟ ଅନୁସାରେ, ନିକଟରେ ସରକାର ଅଭିନନ୍ଦନଙ୍କୁ ବୀର ଚକ୍ର ପ୍ରଦାନ କରିଥିଲେ। ଅଭିନନ୍ଦନ ଫେବୃୟାରୀ ୨୭ରେ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନର ଏଫ-୧୬ ଯୁଦ୍ଧ ବିମାନ ଖସାଇ ଦେଇଥିଲେ। ଏହା ପୂର୍ବ ରାତିରେ ବାୟୁସେନା ପକ୍ଷରୁ ପାକ୍ ଅଧିକୃତ କାଶ୍ମୀର(ପିଓକେ)ର ବାଲାକୋଟରେ ବିମାନ ଆକ୍ରମଣ କରାଯାଇଥିଲା। ଏହା ପରେ ପାକିସ୍ତାନ ପକ୍ଷରୁ ଯୁଦ୍ଧ ବିମାନ ଜରିଆରେ ଭାରତୀୟ ସେନା ଶିବିରକୁ ଟାର୍ଗେଟ କରି ଆକ୍ରମଣ କରିଥିଲା। ବାୟୁସେନା ଏହାର କଡ଼ା ଜବାବ ଦେବା ସହିତ ପାକ୍ ଯୁଦ୍ଧ ବିମାନକୁ ଘଉଡ଼ାଇ ଦେଇଥିଲା, ଯେଉଁଥିରେ ଅଭିନନ୍ଦନ ପାକିସ୍ତାନର ଏକ ଏଫ୍-୧୬ ଯୁଦ୍ଧ ବିମାନକୁ ଖସାଇ ଦେଇଥିଲେ ।