ରାଜନୀତି

ପଶ୍ଚିମବଙ୍ଗରେ ପୁଣି ହିଂସା

ଆଓରି-ଭୁବନେଶ୍ଵର(୦୮/୦୬): ପଶ୍ଚିମବଙ୍ଗରେ ବିଜେପି ଓ ଟିଏମସି ମଧ୍ୟରେ ବିବାଦ ଥମିବାରେ ନା ନେଉନାହିଁ  ।  ମିଳିଥିବା ସୂଚନା ଅନୁସାରେ, ପଶ୍ଚିମବଙ୍ଗର ଦକ୍ଷିଣ ଦିନାଜପୁର ଅଞ୍ଚଳରେ ପୋଲିସ ଓ ବିଜେପି କର୍ମୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଏହି ଘଟଣାରେ ବହୁ ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ୧୪୪ ଧାରା ଜାରି କରାଯାଇଛି। ବିଜେପିର ଜଣେ ବରିଷ୍ଠ ନେତା ଓ ମେଦୀନପୁର ଅଞ୍ଚଳର ସାଂସଦ ଦିଲୀପ ଘୋଷଙ୍କ ବିଜୟ ଯାତ୍ରା ଉତ୍ସବରେ ଏହି ଘଟଣା ଘଟିଥିବା ନେଇ ସୂଚନା ମିଳିିଛି ।

ସାଂସଦ ଶ୍ରୀ ଘୋଷ ବିନା ଅନୁମତିରେ ନିଜର ବିଜୟ ଯାତ୍ରା କରୁଥିବା ବେଳେ ପୋଲିସ ତାହାକୁ ଅଟକାଇଥିଲା । ଯାହାକୁ ନେଇ ବିବାଦ ଦେଖାଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ଘଟଣାସ୍ଥଳରେ କର୍ମୀ ଓ ପୋଲିସଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା । ତେବେ ପ୍ରତିବନ୍ଧକ ସତ୍ୱେ ମଧ୍ୟ ଶ୍ରୀଘୋଷ ନିଜ ଯାତ୍ରା ବନ୍ଦ କରିନଥିଲେ । ହେଲେ ଘଟଣାସ୍ଥଳରେ ଥିବା ପୋଲିସ ବିଜୟ ଯାତ୍ରାକୁ ଅଟକାଇବା ସହ ବ୍ୟାରିକେଟ ମଧ୍ୟ କରିଥିଲା, ହେଲେ କୌଣସି ସୁଫଳ ମିଳି ନ ଥିଲା ।

ଏହାପରେ  ସାଂସଦ  ରାଲି ପାଇଁ ପୋଲିସକୁ ପୁଣି ଥରେ ଅନୁମତି ମାଗିଥିବା ନେଇ ମଧ୍ୟ ସୂଚନା ମିଳିଛି । କେବଳ ସାଂସଦ ନୁହେଁ କର୍ମୀମାନେ ମଧ୍ୟ ଅନୁମତି ମାଗିଥିବା ନେଇ ସୂଚନା ମିଳିଛି । ହେଲେ ଏହାରି ମଧ୍ୟରେ କର୍ମୀଙ୍କ ସହ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଘଟଣା ସ୍ଥଳରେ ଉତ୍ତେଜନା ବୃଦ୍ଧି ପାଇବା ପରେ ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ପୋଲିସ ଲାଠି ଚାର୍ଜ ମଧ୍ୟ କରିଥିବା ନେଇ ସୂଚନା ମିଳିଛି । ଲାଠିଚାର୍ଜ ହେବା ଫଳରେ କିଛି ବିଜେପି କର୍ମୀ ଓ ପୋଲିସ ଆହତ ମଧ୍ୟ ହୋଇଛନ୍ତି । ମେଦୀନପୁର ଆସନରେ ଟିଏମସିର ସାଂସଦ ପ୍ରାର୍ଥୀକୁ ବିଜେପି ସାଂସଦ ପ୍ରାର୍ଥୀ ପରାଜିତ କରିଥିଲେ । ପୂର୍ବରୁ ମଧ୍ୟ ଅନେକ ସମୟରେ ବିଜେପି କର୍ମୀଙ୍କ ସହ ପୋଲିସ ଓ ଟିଏମସି କର୍ମୀଙ୍କ ମଧ୍ୟରେ ଏପରି ଧସ୍ତାଧସ୍ତି ହୋଇଥିବା ନଜର ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button