କଳାହାଣ୍ଡି ଠାରେ ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ
1 min read
ଆଓରି-ଭୁବନେଶ୍ଵର(୨୦/୦୩) : କଳାହାଣ୍ଡି ଜିଲା ନର୍ଲା ବ୍ଲକ ରୁପ୍ରାଠାରେ ମଙ୍ଗଳବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ଭାଜପାରେ ନୂତନ ଭାବେ ଯୋଗଦାନ କରିଥିବା ଡ. ଦାମୋଦର ରାଉତ ଏବଂ ସିନେ ତାରକା ଶ୍ରୀତମ ଦାସ ଯୋଗଦେଇ ବିପୁଳ ପରିମାଣରେ ଭାଜପାକୁ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ସେହିପରି ରାଜ୍ୟରୁ ନବୀନ ଶାସନ ହଟାଇବାକୁ ଦାମୋଦର ରାଉତ ଜନସାଧାରଣଙ୍କୁ ଭାଷଣରେ ପ୍ରବର୍ତ୍ତାଇଥିଲେ । ଏହି ସମାବେଶରେ ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡିର ଯୁବ ନେତା ଜିତୁ ମିଶ୍ର ଓ ତାଙ୍କ ସହଯୋଗୀ ଏବଂ ସରିଆଁ ବହୁ ବିଜେଡି କର୍ମୀ ଭାଜପାରେ ମିଶିଥିଲେ। ସମାବେଶରେ ଜିଲା ସଭାପତି ପ୍ରଦୀପ ନାଏକ, ଜିଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ, ଜିଲା ପରିଷଦ ଉପାଧ୍ୟକ୍ଷ ଭବସିନ୍ଧୁ ମଙ୍ଗରାଜ, ସାଧାରଣ ସମ୍ପାଦକ ଯୁଗଲ ପୋଡ, କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଅନିରୁଦ୍ଧ ପ୍ରଧାନ, ଜିଲା ସାଧାରଣ ସମ୍ପାଦକ ବସନ୍ତ ପୁରୋହିତ, କେଦାର ରଣା ଏବଂ ସମସ୍ତ ଭାଜପା କର୍ମୀ ଉପସ୍ଥିତ ଥିଲେ । ସମାବେଶରେ ଶତାଧିକ ମହିଳାପୁରୁଷ ଯୋଗଦାନ କରିଥିଲେ।