March 27, 2023

ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

1 min read

ଆଓରି-ଭୁବନେଶ୍ଵର(୧୦/୦୭) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଅଙ୍କରଡ଼ା ସରପଞ୍ଚ ଉଷାନ୍ତ ସାହୁଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ବୁଧବାର ସକାଳୁ ବ୍ରହ୍ମପୁର ଭିଜିଲାନ୍ସର ଏକାଧିକ ଟିମ୍‌ ଏକା ସମୟରେ ଅଙ୍କରଡ଼ା ପଞ୍ଚାୟତ କାର୍ଯ୍ୟାଳୟ ସମେତ ସରପଞ୍ଚଙ୍କ ବାସଭବନ ଓ ଅନ୍ୟ ୪ଟି ସ୍ଥାନରେ ଚଢ଼ାଉ କରିଥିଲେ। ସରପଞ୍ଚଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରହିଥିବାବେଳେ ବ୍ରହ୍ମପୁର ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଇଥିବା ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.