ଅପରାଧ
ଡିଏଫ୍ଓଙ୍କ ଘରେ ଚଢ଼ଉ କଲେ ଭିଜିଲାନ୍ସ
![](http://www.aajiraodisha.org/wp-content/uploads/2018/06/vlcsnap-5125-07-13-00h23m16s591.jpg)
ଆଓରି-ବ୍ରହ୍ମପୁର(୨୩/୬) : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ଘୁମୁସର ଡିଭିଜନ୍ ଡିଏଫ୍ଓ ବିଜୟ କେତନ ଆଚାର୍ଯ୍ୟଙ୍କ ଘର ଓ କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଭୁବନେଶ୍ୱରର ଦୁଇଟି ତିନିମହଲା କୋଠା, କଟକ କଲ୍ୟାଣନଗର ସ୍ଥିତ ତାଙ୍କ ପୈତୃକ ଘର, ଭଞ୍ଜନଗର ସ୍ଥିତ ସରକାରୀ ବାସଗୃହ ଓ କାର୍ଯ୍ୟାଳୟ ଉପରେ ଏକକାଳୀନ ଚଢ଼ଉ କରାଯାଇଛି। ଚଢ଼ଉ ଜାରି ରହିଥିବାରୁ ଆୟବହିର୍ଭୂତ ସମ୍ପତ୍ତିର ମୂଲ୍ୟ ଜଣାପଡ଼ିନାହିଁ। ବ୍ରହ୍ମପୁର ଭିଜିଲାନ୍ସ ଏସ୍ପିଙ୍କ ନିର୍ଦେଶକ୍ରମେ ଚଢ଼ଉ କରାଯାଉଛି।