ଜାତୀୟରାଜ୍ୟ

ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ଵରେ ପୁରୀ ମହୋଦଧିରେ ବିସର୍ଜନ ହେବ ବାଜପେୟୀଙ୍କ ଅସ୍ଥି କଳସ

ଆଓରି-ଭୁବନେଶ୍ଵର(୨୨/୮) : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳବିହାରୀ ବାଜପେୟୀଙ୍କ ଅସ୍ଥି କଳସ ବୁଧବାର ଭୁବନେଶ୍ୱରରେ ପହଞ୍ଚିଛି।  ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଦିଲ୍ଲୀର ୧୧ ଅଶୋକା ରୋଡ ସ୍ଥିତ ବିଜେପିର ପୁରୁଣା କାର୍ଯ୍ୟାଳୟରୁ ଅସ୍ଥିକଳସ ଧରି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ। ବିମାନ ବନ୍ଦରରେ ଭଜନ କୀର୍ତ୍ତନ ସହିତ ବିପୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ପରେ ଅସ୍ଥି କଳସକୁ ଦଳୀୟ କାର୍ଯ୍ୟାଳୟକୁ ଅଣାଯାଇଛି। ସର୍ବ ସାଧାରଣଙ୍କ ଦର୍ଶନ ପାଇଁ ଆଜି ସେଠାରେ ରଖାଯିବା ସହିତ ରାତିସାରା ଭଜନ କୀର୍ତ୍ତନ କରାଯିବ।

୨୩ ତାରିଖ ସକାଳୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ  କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଦଳର ବରିଷ୍ଠ ନେତାଗଣ ଅସ୍ଥି କଳସକୁ ଧରି ପୁରୀ ଅଭିମୁଖେ ଯାତ୍ରା କରିବେ। ଅସ୍ଥିକଳସ ବିଜେପି କାର୍ଯ୍ୟାଳୟରୁ ବାହାରି ଉତ୍ତରା ଛକ ଦେଇ ପିପିଲି,ଦାଣ୍ଡ ମୁକୁନ୍ଦପୁର, ସାକ୍ଷୀଗୋପାଳ, ଚନ୍ଦନପୁର , ଅଠରନଳାରେ ପହଞ୍ଚିବ। ସେଠାରେ ପୁରୀବାସୀ କଳସକୁ ନେଇ ମହୋଦଧୀ ଅଭିମୁଖେ ଯାତ୍ରା କରିବେ। ପୁରୀ ମହୋଦଧିରେ ସ୍ୱର୍ଗତଃ ବାଜପେୟୀଙ୍କ ଅସ୍ଥିକୁ ବିସର୍ଜିତ କରାଯିବାର ଏକ ବିଶାଳ କାର୍ଯ୍ୟକ୍ରମ ରହିଛି ।

ଉଲ୍ଲେଖଯୋଗ୍ୟ ଦେଶର ପ୍ରମୁଖ ୧୦୦ଟି ନଦୀରେ ଏହି ମହାନ ଆତ୍ମାଙ୍କର ଅସ୍ଥି ବିସର୍ଜନ କରାଯିବାର କାର୍ଯ୍ୟକ୍ରମ ହେବାର ଅଛି । ଏହି କାର୍ଯ୍ୟକ୍ରମରେ ଓଡିଶାରେ ମଧ୍ୟ ପୁରୀ ମହୋଦଧି ସମେତ ଅନ୍ୟ ୭ଟି ନଦୀରେ ଅସ୍ଥି ବିସର୍ଜନ କରାଯିବ । ୨୪ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ। ଏହି ପ୍ରାର୍ଥନା ସଭାରେ ଜନସାଧାରଣ, ବୁଦ୍ଧିଜିବୀ ଓ ସମସ୍ତଦଳର ନେତା ଓ କର୍ମୀ ରହି ସ୍ୱର୍ଗତଃ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଦଳ ପକ୍ଷରୁ ନିବେଦନ କରାଯାଇଛି।

 

Related Articles

Leave a Reply

Your email address will not be published. Required fields are marked *

Back to top button