ଆନ୍ତର୍ଜାତୀୟ

ଭିଏସ୍‍ କୋକଜେ ଭିଏଚପିର ଆନ୍ତର୍ଜାତିକ ଅଧ୍ୟକ୍ଷ

ଆଓରି(ତା୧୫|୪)-   ବିଷ୍ଣୁ ସଦାଶିବ କୋକଜେ ଶନିବାର ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି)ର ଆନ୍ତର୍ଜାତିକ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ହିମାଚଳ ପ୍ରଦେଶର ପୂର୍ବତନ ରାଜ୍ୟପାଳ ତଥା ମଧ୍ୟପ୍ରଦେଶ ହାଇକୋର୍ଟର ପୂର୍ବତନ ବିଚାରପତି କୋକଜେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ପ୍ରବୀଣ ତୋଗାଡିଆଙ୍କ ଅନୁଗତ ରାଘବ ରେଡ୍ଡିଙ୍କୁ ୭୧ଟି ଭୋଟରେ ପରାସ୍ତ କରିଛନ୍ତି। କୋକଜେ ୧୩୧ଟି ଭୋଟ ପାଇଥିବାବେଳେ ରାଘବ ରେଡ୍ଡି ୬୦ଟି ଭୋଟ ପାଇଥିଲେ। ପ୍ରବୀଣ ତୋଗାଡିଆଙ୍କ ପରେ ଭିଏଚପିର ଅଧ୍ୟକ୍ଷ କିଏ ହେବ ସେ ନେଇ ସଂଗଠନ ମଧ୍ୟରେ ସର୍ବସମ୍ମତି ହୋଇପାରି ନଥିଲା। ଫଳରେ ଦୀର୍ଘ ୫୨ବର୍ଷ ପରେ ଭିଏଚପି ନିର୍ବାଚନ ମାଧ୍ୟମରେ ନିଜର ଅଧ୍ୟକ୍ଷ ନିର୍ବାଚନ କରିଛି। ଗୁପ୍ତ ବାଲାଟ ପେପର ଦ୍ୱାରା ଏହି ନିର୍ବାଚନ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକଳାପକୁ ନିୟମିତ ସମାଲୋଚନା କରିବା କାରଣରୁ ତୋଗାଡିଆ ସଂଗଠନରେ ଏକ ଘରକିଆ ହୋଇପଡିଥିଲେ। ତେବେ ଏହି ନିର୍ବାଚନ ଫଳକୁ ବିରୋଧ କରି ଏପ୍ରିଲ ୧୭ରୁ ଅନଶନ କରିବା ନେଇ ତୋଗାଡିଆ ଘୋଷଣା କରିଛନ୍ତି। ଅନ୍ୟପଟେ ଭିଏଚପିର ଅଧ୍ୟକ୍ଷ ନିର୍ବାଚିତ ହେବା ପରେ କୋକ୍‍ଜେ ନିଜର ପରିଷଦ ଗଠନ କରିଛନ୍ତି। କୋକଜେଙ୍କ ନିର୍ଦେଶ କ୍ରମେ ଆଲୋକ କୁମାର କାର୍ଯ୍ୟକାରୀ ଅଧ୍ୟକ୍ଷ, ଅଶୋକ ଚୌଗୁଲେ ଆନ୍ତର୍ଜାତିକ କାର୍ଯ୍ୟକାରୀ ଅଧ୍ୟକ୍ଷ, ମିଲଣ୍ଡ ପାରାଣ୍ଡେ ସାଧାରଣ ସମ୍ପାଦକ ଓ ବିନୟ ରାଓ ଦେଶପାଣ୍ଡେ ଯୁଗ୍ମ ସାଧାରଣ ସମ୍ପାଦକ ମନୋନୀତ ହୋଇଛନ୍ତି। ଏହି ପରିଷଦରେ ତୋଗାଡିଆଙ୍କ ସମର୍ôଥତ କୌଣସି ସଦସ୍ୟଙ୍କୁ ସାମିଲ କରାଯାଇ ନାହିଁ। ଫଳରେ ଭିଏଚପିରେ ତୋଗାଡିଆଙ୍କ ଯୁଗର ଏକ ପ୍ରକାର ଅବସାନ ହୋଇଛି।

 

Related Articles

Leave a Reply

Your email address will not be published. Required fields are marked *

Back to top button