ଜାତୀୟପ୍ରବାସୀ ଓଡିଆ

ଉତ୍କଳ ଆସୋସିଏସନ ଅଫ ମାଦ୍ରାସ ଓ ଓଡିଆ ସମାଜ ଦିଲ୍ଲୀ ପାଳନ କଲା ରଜ ପର୍ବ ଓ ପାଇକ ବିଦ୍ରୋହର ବିଶେଷ କାର୍ଯ୍ୟକର୍ମ

ଆଓରି-ଚେନ୍ନାଇ(୨୭/୦୬)-ଉତ୍କଳ ଆସୋସିଏସନ ଅଫ ମାଦ୍ରାସ ଓ ଓଡିଆ ସମାଜ ଦିଲ୍ଲୀ ଦ୍ଵାରା ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ଗତ ରବିବାର ଲୋୟଲା କଲେଜ ଅଡିଟୋରିୟମ ଠାରେ ବହୁ ଜନସମାଗମରେ ଓଡିଶାର ପାଇକ ବିଦ୍ରୋହ ଓ ରଜ ପର୍ବର ପାଳିତ ହୋଇଛି | ଏହି ସ୍ମରଣୀୟ ସନ୍ଧ୍ୟାରେ ଶ୍ରୀ ଜଗନ୍ନାଥଙ୍କ ଆରାଧନା ସହିତ କାର୍ଯ୍ୟକର୍ମ ଆରମ୍ଭ ହୋଇ ବହୁ ଉତ୍ସାହର ସହିତ ମହିଳାମାନଙ୍କର ପାରମ୍ପରିକ ପୁଚି ଖେଳ ଓଡିଆ ଖାଦ୍ୟ ପୋଡ ପିଠା, ରଜ ପଣା, ଫଳ ଇତ୍ୟାଦି ବନ୍ଟା  ଯାଇ ରଜ ପର୍ବ ପାଳନ କରଯାଇଥିଲା |

ଓଡିଆ ପାଇକର ବୀର କାହାଣୀ ଉପରେ ଆଧାରିତ ଓଡିଶାର ପାଇକ ବିଦ୍ରୋହ ନାମକ ରୋମାଞ୍ଚକରି ନାଟକ ପ୍ରାୟ ୭୦୦ରୁ ଊର୍ଦ୍ଧ୍ଵ ପ୍ରବାସୀ ଓଡିଆଙ୍କ ଉପସ୍ଥିତିରେ ପ୍ରଦର୍ଶନ କରଯାଇଥିଲା | ଏହି କାର୍ଯ୍ୟକର୍ମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଜଗନ୍ନାଥ ଆଧ୍ୟାତ୍ମିକ ଶିକ୍ଷଣିକ ଓ ସଂସ୍କୃତିକ ଟ୍ରଷ୍ଟର ପ୍ରବନ୍ଧ ନିର୍ଦ୍ଧେଶକ  ଡ॰ ଏସ ଏନ ମାଝି , ସମ୍ମାନୀତ ଅତିଥି Sangramdharଭାବେ ଅବସରପ୍ରାପ୍ତ ଆଇଏଏସ ଅତିରିକ୍ତ ମୁଖ୍ୟ ସଚିବ ତାମିଲନାଡୁ ସରକାର ଶ୍ରୀଯୁକ୍ତ ଆର ଏନ ସତପଥି ଓ ମୁଖ୍ୟ ବକ୍ତା ଭାବେ ଦିଲ୍ଲୀର ଓଡିଆ ସମାଜ ତରଫରୁ କୋର ଟିମର ସଭ୍ୟ ଶ୍ରୀ ସଂଗ୍ରାମ ଧର ଯୋଗ ଦେଇଥିଲେ |

ଶ୍ରୀ ଧର ତାଙ୍କ ବକ୍ତବ୍ୟରେ ଓଡିଶାର ଗର୍ବ ଓ ଗୌରବ ବିଷୟରେ ସୂଚନା ଦେଇ କହିଥିଲେ ଯେ “ ସମସ୍ତ ପ୍ରବାସୀ ଓଡିଆମାନେ  ପ୍ରତିଜ୍ଞା କରନ୍ତୁ ଯେପରି ଓଡିଶାର ସମ୍ପନ୍ନ କଳା, ସ୍ଥାପତ୍ୟ, ସଂସ୍କୃତି, ଶିଳ୍ପ, ଖାଦ୍ୟ, ପୋଷାକ, ପର୍ଯ୍ୟଟନ ଇତ୍ୟାଦି ନିଜର ଆଗାମୀ ପିଢୀ ସହିତ ଅନ୍ୟମାନଙ୍କୁ ସଚେତନ କରିପାରିବେ, ତାହେଲେ ଏହି ଅଦ୍ଵିତୀୟ ସଂସ୍କୃତି ଚିରକାଳ ଜୀବନ୍ତ ରହିପାରିବ| ଶ୍ରୀ ଧରଙ୍କ ଏହିପରି ରୋମାଞ୍ଚକର ଓ ପ୍ରେରଣଦାୟୀ ଅଭିଭାଷଣରେ ଉପସ୍ଥିତ ଦର୍ଶକକମାନେ ବହୁ ପ୍ରଶଂସା କରିଥିଲେ |

ଉତ୍କଳ ଆସୋସିଏସନ ଅଫ ମାଦ୍ରାସର ସଭାପତି ଶ୍ରୀଯୁକ୍ତ ବିଭୁତି ବିଶୋଇ, ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜିତ ସେନଗୁପ୍ତା ଙ୍କ ସହିତ ମୁଖ୍ୟ ଟିମର କାର୍ଯ୍ୟକାରୀ ସଦସ୍ୟ ଶ୍ରୀଯୁକ୍ତ ପ୍ରତାପ ମିଶ୍ର, ଶ୍ରୀଯୁକ୍ତ ଆର ସି ସାମଲ, ଶ୍ରୀଯୁକ୍ତ ପଂଚାନନ ସାହୁ, ଶ୍ରୀଯୁକ୍ତ ଏ କେ ମହାପାତ୍ର, ଶ୍ରୀଯୁକ୍ତ ଏସ ପ୍ରହରାଜ, ଶ୍ରୀଯୁକ୍ତ ପବିତ୍ର ମାଝି ଏବଂ ଅନ୍ୟ ସଭ୍ୟ ସହାୟତାରେ ଏହି କାର୍ଯ୍ୟକର୍ମକୁ ସଫଳ କରିପାରିଥିଲେ| ଶ୍ରୀମତୀ ରୁନୁରାଣୀ ମିଶ୍ର, ଶ୍ରୀମତୀ ମିଲୁ ବିଶୋଇ, ଶ୍ରୀମତୀ ନିବେଦିତା ନାୟକ କାନୁନଗୋ, ଶ୍ରୀମତୀ ସାହୁ ଓ ଅନ୍ୟ ସଭ୍ୟମାନେ ରଜ ପର୍ବ ଉତ୍ସବର ଆୟୋଜନ କରିଥିଲେ |Paikabidroha

ଦିଲ୍ଲୀସ୍ଥିତ ଶ୍ରୀମତୀ ଅରୁନ୍ଧତୀ ମିଶ୍ରଙ୍କୁ ମହିଳା ସଶକ୍ତିକରଣ ଓ ସୁରକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ଉତ୍କଳ ଆସୋସିଏସନ ଅଫ ମାଦ୍ରାସ ତାଙ୍କୁ ସମ୍ମାନିତ କରିଥିଲା | ଏହା ସହିତ ପାଇକ ବିଦ୍ରୋହର କଳାକାରମାନଙ୍କୁ ସେମାନଙ୍କର ଲୋମହର୍ଷ କରି କଳା ପ୍ରଦର୍ଶନ ପାଇଁ  ପ୍ରଶଂସାର ପ୍ରତୀକରୂପରେ ସମ୍ମାନୀତ କରଯାଇଥିଲା |

ଓଡିଆ ସମାଜ ଦିଲ୍ଲୀ ଦ୍ଵାରା ପ୍ରଯୋଜିତ ଭୁବନେଶ୍ବରର ଏକ ଯୁବ ପ୍ରତିଭାଶାଳୀ ଦଳ ସେମାନେ ପ୍ରସିଦ୍ଧ ପାଇକ ବିଦ୍ରୋହ ଉପରେ ବହୁତ ସୁନ୍ଦର ଖଣ୍ଡା, ଲାଠି ପରିଚାଳନା କରି ଓ ପାରମ୍ପରିକ ନୃତ୍ୟ-ନାଟକ ପରିବେଷଣ କରାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ | ପାଇକ ବିଦ୍ରୋହର ୨୦୦ ବର୍ଷ (୧୮୧୭-୨୦୧୭) ପୂର୍ତ୍ତୀ ଅବସରରେ ଓଡିଆ ସମାଜର ଏହି ନୃତ୍ୟ ଦଳ ଦେଶର ଅଧିକାଂଶ ରାଜ୍ୟରେ ମଧ୍ୟ ନାଟକ ପରିବେଷଣ କରି ଏହି ମହାନ ଗାଥା ଲୋକମାନଙ୍କୁ ଅବଗତ କରାନ୍ତି |

ଗତବର୍ଷ ଜୁଲାଇ ମାସରେ ଦିଲ୍ଲୀର ବିଜ୍ଞାନ ଭବନ ଠାରେ ଏକ ବିଶେଷ କାର୍ଯ୍ୟକର୍ମରେ ମହାମହିମ ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ବିଧିବଦ୍ଧ ସ୍ୟୁକୃତି ଦେଲେ ଯେ ପାଇକ ବିଦ୍ରୋହ ହିଁ ପ୍ରକୃତରେ ଇଂରେଜ ମାନଙ୍କ ବିରୁଦ୍ଧରେ ପ୍ରଥମ ସ୍ଵାଧୀନତା ସଂଗ୍ରାମ ଓ ଏହା ଏବେ ୨୦୦ ପୂରଣ ହୋଇଛି | ଏହାପରେ ଓଡିଆ ସମାଜ ଦିଲ୍ଲୀର ଏହି ଅଦ୍ଵିତୀୟ ଅଭିଯାନର ଆରମ୍ଭ ହୋଇଛି |

Related Articles

Leave a Reply

Your email address will not be published. Required fields are marked *

Back to top button