ରାଜ୍ୟ

ଏୟାରପୋର୍ଟ ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ଜୟପୁରରେ ଉଷା ପାଢ଼ୀ

ଆ.ଓ.ରି(ତା୨୦|୫)-

କୋରାପୁଟ ଜିଲ୍ଲା ଜୟପୁରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ ।ଜୟପୁର ଏୟାରପୋର୍ଟ ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ସେ ଜୟପୁର ଆସିଛନ୍ତି।

ଜୟପୁରକୁ ଉଡ଼ାଣ ଯୋଜନାରେ ସାମିଲ କରାଯାଇଛି।  ୨୦୧୬ରୁ କାମ ଆରମ୍ଭ ହୋଇଥିଲେ ମଧ୍ୟ, ଏ ଯାଏ ତାହା ଶେଷ ହୋଇନାହିଁ।  ସେତେବେଳେ ଲକ୍ଷ୍ୟ ରଖାଯାଇଥିଲା ଯେ, ୨୦୧୭ ସେପ୍ଟେମ୍ବର ସୁଦ୍ଧା କାମ ସରିବ  ପରେ ରାଜ୍ୟ ସରକାର ଡିସେମ୍ବର ସୁଦ୍ଧା ସମୟ ମାଗିଥିଲେ  କିନ୍ତୁ ୨୦୧୮ର ମେ ମାସ ଚାଲିଥିଲେ ମଧ୍ୟ କାମ ସରିନାହିଁ।

ତେଣୁ କେଉଁଠି ଅସୁବିଧା ରହୁଛି, କେବେ ସୁଦ୍ଧା କାମ ସରିବ, ଏସବୁର ତଦାରଖ କରିଛନ୍ତି ଉଷା ପାଢ଼ୀ। ଏଥିସହ କୋରାପୁଟ ଜିଲ୍ଲାପାଳ, ଏସ୍‌ପି, ସ୍ଥାନୀୟ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସହିତ ଏ ସଂପର୍କରେ ଆଲୋଚନା କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button