March 25, 2023

ଅନିଦ୍ରାରୁ ମୁକ୍ତି ଦେଇଥାଏ ଗୋଲାପ ଫୁଲ

1 min read

rose wallpaper

ବର୍ତ୍ତମାନର ଜୀବନଶୈଳୀ, ଖାଦ୍ୟପେୟ ତଥା ବିଭିନ୍ନ କାରଣରୁ ନିଦ ଭଲ ଭାବେ ହୋଇନଥାଏ। ଭଲ ନିଦ ନ ହେବା ଫଳରେ ବିଭିନ୍ନ ରୋଗ ହୋଇଥାଏ। କାର୍ଯ୍ୟ କରିବାକୁ ଆଗ୍ରହ ହୋଇନଥାଏ। ଚିଡ଼ଚିଡ଼ା ଭାବ ଆସିଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବହୁ ଲୋକେ ବିଭିନ୍ନ ଉପାୟ କରିଥାଆନ୍ତି। ଔଷଧର ମଧ୍ୟ ସେବନ କରିଥାଆନ୍ତି। କିନ୍ତୁ ଏହା ଶରୀର ପାଇଁ ହିତକାରକ ହୋଇନଥାଏ। ମାତ୍ର ଏକ ସହଜ ଉପାୟ ଦ୍ୱାରା ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା।

ଅନିଦ୍ରା ରୋଗରୁ ଦୂରେଇ ରହିବା ପାଇଁ ଗୋଲାପ ଫୁଲ ମହୌଷଧୀ ସଦୃଶ କାମ କରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଗୋଲାପ ପାଖୁଡ଼ାରେ ଭିଟାମିନ ସି ପ୍ରଚୁର ପରିମାଣରେ ରହିଥାଏ। ଅନିଦ୍ରା ସମସ୍ୟାକୁ ଦୂର କରିବା ପାଇଁ ଏହାର ପାଖୁଡ଼ାକୁ ତକିଆ ତଳେ ରଖିଲେ ଭଲ ନିଦ ହୋଇଥାଏ। ଏହାକୁ ବାଟି ମୁଣ୍ଡରେ ଲଗାଇଲେ ମୁଣ୍ଡବିନ୍ଧା ଦୂର ହୋଇଥାଏ। ଏହା ମସ୍ତିଷ୍କ କୋଷିକାର କାର୍ଯ୍ୟକୁ ସ୍ୱାଭାବିକ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.