March 26, 2023

ଆଗକୁ ବନ୍ଦ ହେବାକୁ ଯାଉଛି ଏସବିଆଇର ଡେବିଟ୍‌ ଏବଂ ଏଟିଏମ୍‌ କାର୍ଡ

1 min read
SBI-Aajira-Odisha

ଆଓରି-ନୂଆଦିଲ୍ଲୀ(୨୦/୦୮) : ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଏସବିଆଇର ଡେବିଟ୍‌ ଏବଂ ଏଟିଏମ୍‌ କାର୍ଡ ଆଗକୁ ବନ୍ଦ ହେବାକୁ ଯାଉଛି । ଏନେଇ ଏସବିଆଇର ଚେୟାରମ୍ୟାନ୍‌ ରଜନୀଶ୍‌ କୁମାର ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଡେବିଟ୍ କାର୍ଡର ପ୍ରଚଳନ ବନ୍ଦ୍‌ ହେବ । ଡିଜିଟାଲ୍‌ ପେମେଣ୍ଟକୁ ପ୍ରୋତ୍ସାହନ ଓ ପ୍ଲାଷ୍ଟିକ୍‌ କାର୍ଡର ବ୍ୟବହାର ବନ୍ଦକୁ ନେଇ ଏସ୍‌ବିଆଇ ଏଭଳି ଯୋଜନା କରିଥିବା ଜଣାପଡ଼ିଛି। ଦେଶରେ ୯୦ କୋଟି ଡେବିଟ୍‌ କାର୍ଡ ଓ ୩ କୋଟି କ୍ରେଡିଟ୍‌ କାର୍ଡ ରହିଛି।

ଦେଶକୁ ଡେବିଟ୍‌ କାର୍ଡ ମୁକ୍ତ କରିବା ପାଇଁ ଡିଜିଟାଲ୍‌ ସମାଧାନ ଯେପରିକି ‘Yono’ ପ୍ଲାଟ୍‌ଫର୍ମର ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ରଜନୀଶ୍‌ କୁମାର କହିଛନ୍ତି। ସେ ଆହୁରି କହିଛନ୍ତି, ବିନା କାର୍ଡରେ ‘Yono’ ପ୍ଲାଟ୍‌ଫର୍ମ ମାଧ୍ୟମରେ ଗ୍ରାହକମାନେ ଏଟିଏମ୍‌ରୁ ଟଙ୍କା ଉଠାଇବା ସହ କିଣାକିଣି ମଧ୍ୟ କରିପାରିବେ। ତେବେ ଏଥିପାଇଁ ବ୍ୟାଙ୍କ 68ହଜାର Yono Cashpoint ର ସ୍ଥାପନା କରି ସାରିଛି । ଏବଂ ଆସୁଥିବା ୧୮ ମାସରେ ୧୦ ଲକ୍ଷ କରିବାର ଯୋଜନା କରିଛି ଏସବିଆଇ  ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.