ଆନ୍ତର୍ଜାତୀୟ

ଉରି ସେକ୍ଟରରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଜଣେ ସେନା କର୍ମଚାରୀ ଶହୀଦ

ଆଓରି(ତା୧୬|୪)- ଜମ୍ମୁ-କଶ୍ମୀର ବାରମୁଳା ଜିଲା ଉରି ସେକ୍ଟରରେ ପାକିସ୍ତାନ ସୋମବାର ପୁଣି ଅସ୍ତ୍ରବିରତି ଉଲ୍ଳଂଘନ କରିଛି। ସକାଳ ୧୦ଟା ୪୦ରେ ପାକିସ୍ତାନ ପୋଷ୍ଟରୁ ଭାରତୀୟ ପୋଷ୍ଟକୁ ଲକ୍ଷ୍ୟ କରି ଗୁଳିଗୋଳା ମାଡ଼ କରାଯାଇଥିଲା। ଏହି ଘଟଣାରେ ଭାରତୀୟ ସେନାରେ ପରିବହନକାରୀ ଭାବେ କାର୍ଯ୍ୟ କରୁଥିବା ଖୁର୍ସୀଦ୍‌ ଅହମ୍ମଦ ଶହୀଦ ହୋଇଛନ୍ତି। ତାଙ୍କ ବେକରେ ଗୁଳି ଏବଂ ଦୁଇଗୋଡରେ ଗ୍ରେନେଡ୍‌ ଲାଗିଥିଲା। ଭାରତୀୟ ସେନା ପକ୍ଷରୁ ଏହାର ଜବାବରେ ପାଲଟା ଗୁଳିଗୋଳା ମାଡ଼ ଜାରି ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button