April 16, 2024

ଆତଙ୍କବାଦୀ ଆକ୍ରମଣ ୧୭ଜବାନ୍ ଶହୀଦ

1 min read
ଶ୍ରୀନଗର: ଜାମ୍ମୁ କାଶ୍ମୀରର ଉରିରେ ଥିବା ଆର୍ମି ବ୍ରିଗେଡ୍‌ ହେଡ୍‌ କ୍ୱାଟରର୍ସଅପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ରବିବାର ଭୋର ୫ଟା୩୦ରୁ ୪ ଜଣ ଆତଙ୍କବାଦୀ ଆର୍ମି ବ୍ରିଗେଡ୍‌ ହେଡ୍‌ କ୍ୱାଟରର୍ସ ଉପରେ ଆକ୍ରମଣ କରିଥିଲେ। ଭାରତୀୟ ସେନା ଏହାର ଜବାବ ଦେଇଥିଲା । ଏହି ଆକ୍ରମଣରେ ୧୭ଜଣ ଜବାନ୍ ଶହୀଦ ହୋଇଛନ୍ତି। ସେନାର ଗୁଳିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
ଭରତୀୟ ନିୟନ୍ତ୍ରଣ ରେଖା ନିକଟରେ ବାରମୁଲାର  ଶ୍ରୀନଗର-ମୁଜାଫର ଜାତୀୟ ରାଜପଥ କଡ଼ରେ ଥିବା ଆର୍ମି ବ୍ରିଗେଡ୍‌ ହେଡ୍‌ କ୍ୱାଟରର୍ସ ଉପରେ ୪ ଜଣ ଆତଙ୍କବାଦୀ ଆକ୍ରମଣ କରିଥିବା ଜଣାପଡ଼ିଛି। ଏହା ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ବୋଲି ଆର୍ମି ପକ୍ଷରୁ କୁହାଯାଇଛି।
୬ ଘଣ୍ଟାର ଅପରେସନ୍‌ ପରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଉଭୟପକ୍ଷରୁ ପ୍ରବଳ ଗୁଳି ବିନିମୟ ହୋଇଥିଲା।ଏହି ଆତଙ୍କବାଦୀ ଆକ୍ରମଣରେ ୧୮ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ହେଲିକପ୍ଟର ଯୋଗେ ଶ୍ରୀନଗର ଆର୍ମି ହସପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି। ଗୃହମନ୍ତ୍ରୀ ଏ ନେଇ ଜରୁରିକାଳୀନ ବୈଠକ ଡକାଇଛନ୍ତି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.