ଅପରାଧ

ଉନ୍ମୟ ପାଢ଼ୀ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ: ପୋଲିସ କହିଲା ‘ଆତ୍ମହତ୍ୟା କରିଛନ୍ତି ଉନ୍ମୟ’

ଆ.ଓ.ରି(୧୭|୫)-କୁଆଖିଆ ପଠାରୁ ଯୁବକଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ମୃତ ଯୁବକ ଉନ୍ମୟ ପାଢ଼ୀଙ୍କୁ ହତ୍ୟା କରାଯାଇନି, ବରଂ ସେ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ଉନ୍ମୟ ପ୍ରଥମେ ନିଜକୁ ଛୁରୀ ଭୁସିବା ପରେ ଆତ୍ମଦାହ କରିଥିବା ପୋଲିସ କହିଛି।

ମେଡିକାଲ ଓ ଫରେନସିକ୍ ରିପୋର୍ଟ ଆଧାରରେ ସେ ଆତ୍ମଦାହ କରିଥିବା ସ୍ପଷ୍ଟ ହୋଇଛି ବୋଲି ପୋଲିସ କମିଶନର ଓ୍ୱାଇ.ବି. ଖୁରାନିଆ କହିଛନ୍ତି। ଏପରିକି ଉନ୍ମୟଙ୍କ ମୃତ୍ୟୁ ଘଟଣା ସହ ତୃତୀୟ ପକ୍ଷର କୌଣସି ଭୂମିକା ନ ଥିବା ସ୍ପଷ୍ଟ କରିଛି ପୋଲିସ।ଉନ୍ମୟ ଜଣେ ଯୁବତୀଙ୍କ ସହ ଅସଞ୍ଜତ ଅବସ୍ଥାରେ ଥିବା ନେଇ ଭିଡିଓ ଭାଇରାଲ ହୋଇଥିଲା। ଏହା ପରେ କୁଆଖାଇ ପଠାରୁ ତାଙ୍କର ଦରପୋଡ଼ା ମୃତଦେହ ଉଦ୍ଧାର କରାଯାଇଥିଲା। ଉନ୍ମୟଙ୍କ ମୃତ୍ୟୁ ପଛରେ ଭାଇରାଲ ଭିଡିଓର ଲିଙ୍କ୍ ଥିବା ନେଇ ତାଙ୍କ ଭାଇ ଅଭିଯୋଗ କରିଥିଲେ। କମିଶନରେଟ୍ ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ପ୍ରାୟ ୨ ମାସ ପରେ ଘଟଣା ଉପରୁ ପରଦା ଉଠିଛି।

Related Articles

Leave a Reply

Your email address will not be published. Required fields are marked *

Back to top button