March 24, 2023

ବରିଷ୍ଠ ନାଗରିକମାନଙ୍କୁ ପରିଚୟପତ୍ର ବଣ୍ଟନ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

1 min read
Pratap-Chandra-Sarangi-Aajira-Odisha

ଆଓରି-ଭୁବନେଶ୍ଵର(୧୮/୧୨) : ବାଲେଶ୍ୱର ଜିଲା ନୀଳଗିରି କଚେରି ପରିସରରେ ଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ପେନ୍‌ସନ ଦିବସ ପାଳିତ ହୋଇଛି। ସଂଘର ସଭାପତି କୃଷ୍ଣଚନ୍ଦ୍ର ପଣ୍ଡା ଅଧ୍ୟକ୍ଷତା କରିଥିଲେ। କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀ ବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କୁ ପରିଚୟପତ୍ର ବଣ୍ଟନ କରିଥିଲେ।

ନୀଳଗିରିର ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଏବଂ ନୀଳଗିର ଉପଜିଲାପାଳ ହରିଶ୍ଚନ୍ଦ୍ର ଜେନା ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ସଂଘର ସମ୍ପାଦକ ମାୟାଧର ମହାନ୍ତି ସଂଘର ସୁବିଧା ଓ ଅସୁବିଧା ସହ କରା ଯାଉଥିବା ବିଭିନ୍ନ ଜନହିତକର କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଉପସଭାପତି ରାଧାଗୋବିନ୍ଦ କାନୁନଗୋ, କୋଷାଧ୍ୟକ୍ଷ ଦେବେନ୍ଦ୍ର ନାୟକ ତଥା ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ନୀଳଗିରି ଡାକ୍ତରଖାନାରେ ରୋଗୀଙ୍କୁ ଓ ସ୍ଥାନୀୟ ସବ୍‌ଜେଲରେ ବିଚାରରଧୀନ କଏଦୀଙ୍କୁ ମଧ୍ୟ ଫଳ ବଣ୍ଟନ କରାଯାଇଥିଲା।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.