ରାଜ୍ୟ

ସେଲଟର ହୋମ୍‌ ନିର୍ଯାତନା ମାମଲାରେ ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ଆଓରି-ଭୁବନେଶ୍ଵର(୮/୧୨) : ବେଲଟିକିରି ସେଲଟର ହୋମ୍‌ ଯୌନ ଶୋଷଣ ଏବଂ ନିର୍ଯାତନା ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଘଟଣା ଉପରେ ତୁରନ୍ତ ହସ୍ତକ୍ଷେପ କରି ପ୍ରକୃତ ଦୋଷୀଙ୍କୁ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଅନୁରୋଧ କରିଛନ୍ତି।

ବେଲଟିକିରିରେ ଥିବା ଗୁଡ୍‌ ନ୍ୟୁଜ୍‌ ଇଣ୍ଡିଆ ବେଆଇନ୍‌ ଭାବେ ଜୋର ଜବରଦସ୍ତି ଧର୍ମାନ୍ତରୀକରଣ କାର୍ଯ୍ୟ ସହ ବାଳିକାମାନଙ୍କୁ ନିର୍ଯାତନା ଏବଂ ବହୁଳ ପରିମାଣରେ ଝିଅ ଚାଲାଣ ପରି କାର୍ଯ୍ୟ କରୁଛି । ତେଣୁ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି ଶ୍ରୀ ପ୍ରଧାନ।

ରାଜ୍ୟ ମହିଳା ବିଜେପି ସଭାନେତ୍ରୀ ପ୍ରଭାତୀ ପରିଡ଼ା ପଠାଇଥିବା ପିଟିସନ ଆଧାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଏଭଳି ଚିଠି ମାଧ୍ୟମରେ ଜଣାଇଛନ୍ତି । ଗୁଡ ନ୍ୟୁଜ୍‌ ଇଣ୍ଡିଆର ପରିଚାଳନାଧୀନ ୨୬ ଟି ସେଲଟର ହୋମରୁ ୧୫ଟି ବେଆଇନ ଭାବେ ଚାଲୁଛି । ଏବଂ ବହୁଳ ପରିମାଣରେ ବିଦେଶୀ ଅର୍ଥ ଗୁଡ ନ୍ୟୁଜ୍‌ ଇଣ୍ଡିଆକୁ ଆସୁଛି  । ରାଜ୍ୟ ସରକାର ସବୁ ଜାଣିଶୁଣି ନୀରବଦ୍ରଷ୍ଟା ସାଜିଛନ୍ତି । ଏହି ସଂସ୍ଥା ଜୁଭେନାଇଲ୍‌ ଜଷ୍ଟିସ୍‌ ଆକ୍ଟକୁ ଉଲଂଘନ କରୁଛି । ତେଣୁ ଏହା ଉପରେ ତୁରନ୍ତ ଦୃଷ୍ଟି ଦେବାକୁ କେନ୍ଦ୍ରମନ୍ତ୍ରୀ ଚିଠିରେ ଦର୍ଶାଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button