March 28, 2023

ଏନ୍‌ଟିପିସି ପ୍ରକଳ୍ପକୁ ଅନୁମୋଦନରେ ରାଜ୍ୟ ସରକାରଙ୍କ ବିଳମ୍ବ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

1 min read
Dharmendra-Pradhan-Aajira-Odisha
ଆଓରି-ଭୁବନେଶ୍ଵର(୧୧/୯) : ବିଭିନ୍ନ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ ସମେତ ଏନ୍‌ଟିପିସି ପ୍ରକଳ୍ପକୁ ଅନୁମୋଦନରେ ରାଜ୍ୟ ସରକାର ବିଳମ୍ବ କରୁଛନ୍ତି। ଏ ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି  କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିରେ ପ୍ରକଳ୍ପଗୁଡିକ ପାଇଁ ଆବଶ୍ୟକ ଅନୁମତି ପ୍ରଦାନରେ ବିଳମ୍ବ ନେଇ ଶ୍ରୀ ପ୍ରଧାନ ଉଦ୍‌ବେଗ ପ୍ରକାଶ କରିଛନ୍ତି। ପ୍ରକଳ୍ପଗୁଡିକ ପାଇଁ ଉଚ୍ଚସ୍ତରୀୟ କମିଟିରେ ଶୀଘ୍ର ଅନୁମୋଦନ ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି।
ଧର୍ମେନ୍ଦ୍ର କହିଛନ୍ତି, ଏନ୍‌ଟିପିସି ପରିବେଶ ସୁରକ୍ଷା ବ୍ୟବସ୍ଥା ଅନୁକୂଳ ପ୍ରକଳ୍ପ ପାଇଁ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଅନୁସାରେ ଅନୁମତି ଚାହିଁଥିଲେ ମଧ୍ୟ ରାଜ୍ୟ ସରକାର ଏ ଯାଏ ଅନୁମତି ପ୍ରଦାନ କରି ନାହାନ୍ତି। ଏଭଳି ବଡ଼ ପୁଞ୍ଜି ନିବେଶ ପ୍ରସ୍ତାବ ଦୀର୍ଘ ୧୫ ମାସ ଧରି ଝୁଲି ରହିବା ରାଜ୍ୟରେ ପୁଞ୍ଜିନିବେଶ ବାତାବରଣକୁ ଖରାପ କରୁଛି। ତେଣୁ ଏ କ୍ଷେତ୍ରରେ ହସ୍ତକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଏନ୍‌ଟିପିସି ଛଡା ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ, ସେଲ୍‌, ନାଲ୍‌କୋ ପରି ସଂସ୍ଥା ବଡ଼ ପୁଞ୍ଜିନିବେଶ ପ୍ରସ୍ତାବଗୁଡିକୁ ଆଲୋଚନା କରି ଅନୁମୋଦନ କରିବା ପାଇଁ ସେ କହିଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.