May 19, 2024

ଚଣ୍ଡିଖୋଲରେ ୬,୫୦୦ କୋଟି ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

1 min read
dahrmendra_pradhan-aajira-odisha

ଆଓରି-ଭୁବନେଶ୍ଵର(୭/୧୨) : ଚଣ୍ଡିଖୋଲଠାରେ ପେଟ୍ରୋଲିୟମ୍‌ ରିଜର୍ଭ (ଏସ୍‌ପିଆର୍‌) ନିର୍ମାଣରେ ରାଜ୍ୟ ସରକାରଙ୍କ ସହାୟତା ଲୋଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ଆଜି (ଶୁକ୍ରବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ୬,୫୦୦ କୋଟି ଟଙ୍କାର ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବାରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି । ସିଙ୍ଗଲ ୱିଣ୍ଡୋ ଅନୁମତି ପ୍ରଦାନ କରାଯାଉ । ଏଥିପାଇଁ ଆବଶ୍ୟକ ହେଉଥିବା ୬୦୦ ଏକର ଭୂମି, ଯାହା ସରକାର ମାଲିକାନାରେ ରହିଛି, ତାକୁ ତୁରନ୍ତ ପ୍ରଦାନ କରାଯାଉ । ବିଜୁଳି ଓ ପାଣିର ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଉ ।

ରାଜ୍ୟ ସରକାର ଖଣି ଓ ଭୂତତ୍ୱ ନିର୍ଦ୍ଦେଶାଳୟର ଅନୁମତି ଏବଂ ପ୍ରସ୍ତାବିତ ଅଞ୍ଚଳରେ ପଥର ଖନନ କାମକୁ ବନ୍ଦ କରାଯାଉ । ପର୍ଯ୍ୟାବରଣ ଓ ପ୍ରଦୂଷଣ ବୋର୍ଡ଼ର ଅନୁମତି ଏଭଳି ୬ଟି ପ୍ରସଙ୍ଗରେ ସାହାଯ୍ୟ ଲୋଡ଼ିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ୨୦୧୮ ଜୁନ ୨୭ ତାରିଖରେ ଏହି ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ ଅନୁମତି ଦେଇଥିଲା । ଏହି ପ୍ରକଳ୍ପ ହେଲେ ଓଡ଼ିଶାକୁ ବିଶ୍ୱର ଷ୍ଟ୍ରାଟେଜିକ ପେଟ୍ରୋଲିୟମ୍‌ ରିଜର୍ଭ ମାନଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମିଳିବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ନିଯୁକ୍ତି ସୁଯୋଗର ବଡ଼ ସମ୍ଭାବନା ସୃଷ୍ଟି କରିବ ବୋଲି ମଧ୍ୟ ନିଜ ପତ୍ରରେ ଦର୍ଶାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.