March 20, 2023

ତିନିଦିନିଆ ରାଉରକେଲା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

1 min read
Union-Minister-Dharmendra-Pradhan-in-Rourkela-Aajira-Odisha

ଆଓରି-ଭୁବନେଶ୍ଵର(୨୯/୦୯) : ରାଉରକେଲାକୁ ଭାରତ ସରକାର ପ୍ରାଥମିକତା ଦେଇ ଆସୁଛନ୍ତି । ଆଗାମୀ ଦିନରେ ମଧ୍ୟ ଏଠାରେ ବିଭିନ୍ନ ପ୍ରକଳ୍ପ ଆଣି ରାଉରକେଲା କିପରି ଓଡିଶା ଏବଂ ଦେଶର ପ୍ରମୁଖ ଶିଳ୍ପ କେନ୍ଦ୍ର ହେବ ସେ ନେଇ ସମସ୍ତେ ମିଶି କାମ କରିବୁ ବୋଲି ତିନିଦିନିଆ ରାଉରକେଲା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି ।

ଇସ୍ପାତ୍ ମନ୍ତ୍ରଣାଳୟ ଦାୟିତ୍ୱ ନେବା ପରେ ପ୍ରଥମ ରାଉରକେଲା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ ନିକଟରେ ପୂର୍ବରୁ ରାଉରକେଲା ସମ୍ପର୍କିତ ବିଷୟ ଉଠାଯାଉଥିଲା ବେଳେ ଏବେ ମଧ୍ୟ ସେଭଳି ବିଷୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ । ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଗତ ୪ ମାସ ହେବ ଇସ୍ପାତ୍ ମନ୍ତ୍ରାଳୟର କାର୍ଯ୍ୟ ବୁଝାବୁଝି କରୁଥିବା ବେଳେ ସେ ରାଉରକେଲାର ବିଭିନ୍ନ ବିଷୟକୁ ବୁଝିବା ପାଇଁ ଆସିଛନ୍ତି ।

ତିନି ଦିନ ରହଣି ମଧ୍ୟରେ ରାଉରକେଲା ଷ୍ଟିଲ୍ ପ୍ଲାଂଟ ଦେଖିବା ସହ ଖଣି ଅଂଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଇସ୍ପାତ ଶିଳ୍ପର ବିକାଶ ପାଇଁ ଏଠାକାର ଜନସାଧାରଣ ଓ ପ୍ରଶାସନକୁ ଭେଟି ରାଉରକେଲା ଇସ୍ପାତ୍ କାରଖାନା ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.