ରାଜ୍ୟ

ଓବିସି କମିଶନଙ୍କୁ ଐତିହାସିକ ସାମ୍ବିଧାନିକ ମାନ୍ୟତା ପାଇଁ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

ଆଓରି-ନୂଆଦିଲ୍ଲୀ(୧୩/୮) : ଦେଶର ପଛୁଆବର୍ଗ ଜାତିଙ୍କୁ କଂଗ୍ରେସ ଦୀର୍ଘ ୭୧ ବର୍ଷ ଧରି ଅଣଦେଖା କରି ରଖିଥିଲା। ସେମାନଙ୍କ ପାଖରେ ମୌଳିକ ସେବା ପହଞ୍ଚି ପାରୁ ନଥିଲା। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଓବିସି କମିଶନଙ୍କୁ ସାମ୍ବିଧାନିକ ମାନ୍ୟତା ଦେଇ ପଛୁଆଜାତିଙ୍କ ସୁରକ୍ଷା ପାଇଁ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏହାଫଳରେ ସାମାଜିକ ନ୍ୟାୟ କ୍ଷେତ୍ରରେ ରାଜ୍ୟର ୫୨ ପ୍ରତିଶତ ଲୋକ ଏହାର ଫାଇଦା ପାଇବେ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି
ରବିବାର ଓଡିଶା ଗସ୍ତରେ ଶ୍ରୀ ପ୍ରଧାନ ଆସି ବିମାନବନ୍ଦରରେ ପହଞ୍ଚିବାପରେ ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।  ଜାତି, ଜନଜାତି, ମହିଳା, ସଂଖ୍ୟାଲଘୁ ପରି ପଛୁଆଜାତି କମିଶନ ଗଠନ ନେଇ ଦୀର୍ଘଦିନର ଯେଉଁ ଦାବି ଥିଲା ତାହାକୁ ମୋଦି ସରକାର ସାକାର କରିଛନ୍ତି। ଏଥର ମୌସୁମୀ ଅଧିବେଶନରେ ଏହି ଯୁଗାନ୍ତକାରୀ ପଦକ୍ଷେପ ସହିତ ଜାତି ଓ ଜନଜାତି ଭାଇ ଉଉଣୀଙ୍କ ସୁରକ୍ଷା ପାଇଁ ବିଲ୍‍ର ସଂଶୋଧନ କରାଯାଇଛି। ଏହାକୁ ନେଇ ସାରା ଦେଶରେ ଅଗଷ୍ଟ ୧୫ ତାରିଖରୁ ୩୧ ତାରିଖ ଯାଏଁ ସାମାଜିକ ନ୍ୟାୟ ପକ୍ଷ ପାଳନ ହେବ। ବିଜେପି ତରଫରୁ ଓଡିଶାରେ ମଧ୍ୟ ଏହାକୁ ଜାତି, ଜନଜାତି ଓ ଓବିସି ମୋର୍ଚ୍ଚା ପକ୍ଷରୁ ମହାସମାରୋହରେ ପାଳନ କରାଯିବ| ଏହି ଅବସରରେ ଶ୍ରୀ ପ୍ରଧାନ ଓବିସି କମିଶନଙ୍କୁ ଐତିହାସିକ ସାମ୍ବିଧାନିକ ମାନ୍ୟତା ପାଇଁ ଓଡିଶାର ୫୨ ପ୍ରତିଶତ ପଛୁଆଜାତିଙ୍କ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ କୃତଜ୍ଞତା ଜଣାଇଛନ୍ତି |

 

Related Articles

Leave a Reply

Your email address will not be published. Required fields are marked *

Back to top button