May 19, 2024

ଚାଷୀ ମାନଙ୍କ ଅସୁବିଧାକୁ ନେଇ ରାଜ୍ୟସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

1 min read
Dharmendra-Pradhan-Aajira-Odisha

ଆଓରି-ଭୁବନେଶ୍ଵର(୦୩/୧୨) : ଆଜି (ସୋମବାର) ପରଜଙ୍ଗରେ ଅନୁଷ୍ଠିତ ହୋଇଥିଲା ବିଜେପି ମିଶ୍ରଣ ପର୍ବ । କଂଗ୍ରେସ ଓ ବିଜେଡି ଦଳର ଶତାଧିକ ନେତା ଓ କର୍ମୀ ବିଜେପି ଦଳରେ ଯୋଗଦାନ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଦଳରେ ସ୍ୱାଗତ କରିଛନ୍ତି ।ଏହି ଅବସରରେ ପରଜଙ୍ଗବାସୀଙ୍କ ପ୍ରତି ସରକାର କରୁଥିବା ଅନ୍ୟାୟର ଖୁଲାସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପରଜଙ୍ଗରେ ଚାଷୀମାନେ ଏବେବି ଅସୁବିଧା ମଧ୍ୟରେ ଗତି କରୁଛନ୍ତି । ରେଙ୍ଗାଲି ଲେପ୍ଟ କେନାଲ ପାଣି ଚାଷୀଙ୍କ ଘରେ କାମରେ ଲାଗୁନାହିଁ । ଢେଙ୍କାନାଳ ଜିଲାକୁ ରାଜ୍ୟ ସରକାର ଦିନରେ ଲଣ୍ଠନ ଦେଖାଉଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ପରଜଙ୍ଗ ମାଟି ବଳିଦାନର ମାଟି । ଏହି ମାଟିରୁ ବାଜିରାଉତ, ମହେଶ ସୁଭାଓ ସିଂହ, ମୂଷା ମଲିକଙ୍କ ପରି ମହାନ୍ ସ୍ୱାଧୀନତା ସଂଗ୍ରାମୀ ଜନ୍ମ ନେଇଥିଲେ । ଚାଷଜମିକୁ ପାଣି ମିଳୁନି । ପିଇବା ପାଣି କଥା ନକହିବା ଭଲ । କେବଳ ମାନ୍ୟବର ସଚିବାଳୟରେ ଟିଭି ମାଧ୍ୟମରେ ଉଦଘାଟନ କରୁଛନ୍ତି ବୋଲି ମଧ୍ୟ କହିଛନ୍ତି ଧର୍ମେନ୍ଦ୍ର ।ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ରାଜ୍ୟବାସୀ ପିସିରେ ପେଶି ହେଉଥିବା  କଥା କହିଥିଲେ । ସେହି କଥାର ଉତ୍ଥାପନ ମଧ୍ୟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଆମ ଗାଁ ଆମ ବିକାଶ ନାଁରେ ପଂଚାୟତ ଅର୍ଥକୁ ହରିଲୁଟ କରାଯାଉଛି । କେ ୨ନାମରେ ରାଜ୍ୟ ରାଜକୋଷକୁ ହରିଲୁଟ କରିବା ପାଇଁ ଉଦ୍ୟମ ହେଉଛି । ପିସି ମଷ୍ଟ ଷ୍ଟପ ନାଁରେ ମୁଖ୍ୟମନ୍ତ୍ରୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହି ରାଜ୍ୟ ସରକାରଙ୍କୁ ସିଧା ହମଲା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.