ଉତ୍ତରାଖଣ୍ଡରେ ସ୍କିଲ ଇଣ୍ଡିଆ ଯୋଜନାର ସମୀକ୍ଷା କଲେ ; କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
1 min read
ଆଓରି-ନୂଆଦିଲ୍ଲୀ(୩୦/୭) : କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ତ୍ରିବେନ୍ଦ୍ର ସିଂହ ରାୱତଙ୍କୁ ଭେଟି ରାଜ୍ୟର ବହୁମୂଖୀ କୌଶଳ ପରିସ୍ଥିତିକ ମନ୍ତ୍ରକୁ ପୁନର୍ବାର ଜୀବିତ କରିବା ଲାଗି କୌଶଳ ମନ୍ତ୍ରାଳୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ |ଉତ୍ତରାଖଣ୍ଡରେ କୌଶଳ ବିସ୍ତାର ଉଦ୍ୟମ ଉପରେ ନୂତନ ପରିଚୟ ଏବଂ ବ୍ୟାପାର ପ୍ରଥା ବିଶିଷ୍ଟ କୌଶଳ ପରିକ୍ଷଣକୁ କାର୍ଯାନ୍ଵିତ କରିବାପାଇଁ ଶ୍ରୀ ପ୍ରଧାନ ବ୍ୟକ୍ତ କରିଥିଲେ |
ଶ୍ରୀ ପ୍ରଧାନ କହିଛନ୍ତି ଯେ “ସ୍କିଲ ଇଣ୍ଡିଆ ମିଶନ” ରେ ଉତ୍ତରାଖଣ୍ଡ ଏକ ଅଗ୍ରଣୀ ରାଜ୍ୟ ଭାବରେ ପରିଗଣିତ ହୋଇଛି |ରାଜ୍ୟରେ ଟେକନୋଲୋଜିର ସହାୟତାରେ ସବୁ ବର୍ଗଙ୍କ ନିକଟରେ ଏହାର କାର୍ଯ୍ୟକାରିତା ଓ ଉପକାରିତା ଯେପରି ପହଞ୍ଚିପାରିବ ସେହି କାର୍ଯ୍ୟ କରିବାପାଇଁ ପରାମର୍ଶ ଦେଇଥିଲେ| ଏହା ସହିତ ସଚିବ ମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ ଆବଶ୍ୟକ ଅଞ୍ଚଳକୁ ଚିହ୍ନଟ କରି ପୁନଃକୌଶଳ ମାଧ୍ୟମରେ ସମ୍ପୂର୍ଣ ରାଜ୍ୟର କର୍ମଚାରୀ ଙ୍କ ସଂଖ୍ୟା ବୃଦ୍ଧି କରାଯାଉ |
ଉତ୍ତରାଖଣ୍ଡରେ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କୁ ଭେଟି କୌଶଳ ବିକାଶ ମନ୍ତ୍ରାଳୟର ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇ ଉତ୍ତରାଖଣ୍ଡର ଯୁବମାନଙ୍କୁ ସଶକ୍ତିକରଣ ଏବଂ ସେମାନଙ୍କୁ କୁଶଳ କରାଇବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରତିଜ୍ଞାରେ ଅଟଳ ରହି କାର୍ଯ୍ୟ କରିବାପାଇଁ ଶ୍ରୀ ପ୍ରଧାନ ବ୍ୟକ୍ତ କରିଥିଲେ| ଉତ୍ତରାଖଣ୍ଡର ଯୁବ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗଦେଇ କୌଶଳ ବିକାଶ ଯୋଜନା ବିଷୟରେ ଅବଗତ କରାଇ ଜନକଲ୍ୟାଣ ଯୋଜନା କିପରି ସାଧାରଣ ଜନତାଙ୍କ ପାଖରେ ସହଜ ଉପାୟରେ ପହଞ୍ଚି ପାରିବ ସେ ବିଷୟରେ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ |