April 20, 2024

ବନ୍ୟା ବିପର୍ଯ୍ୟସ୍ତଙ୍କୁ ସାହାଯ୍ୟ ପାଇଁ ବିଜେପି କର୍ମକର୍ତ୍ତାଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ

1 min read
Union-Minister-Dharmendra-Pradhan

ଆଓରି-ଭୁବନେଶ୍ଵର(୧୪/୦୮) : ଲଗାଣ ବର୍ଷାରେ ବେହାଲ ପରିସ୍ଥିତି । ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ରାଜ୍ୟବାସୀ । ଏହି ବିପଦ ଘଡିରେ ବିଜେପିର କାର୍ଯ୍ୟକର୍ତ୍ତାମାନଙ୍କୁ ଲୋକମାନଙ୍କ ସହ ଠିଆ ହେବାକୁ ଅନୁରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଶେଷ ଭାବରେ ଏଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ସମାଜର ଯୁବପିଢିମାନେ ଲୋକଙ୍କ ସାଙ୍ଗରେ ଠିଆ ହୁଅନ୍ତୁ ବୋଲି ସେ ନିଜ ଟ୍ୱିଟ୍‌ ମାଧ୍ୟମରେ କହିଛନ୍ତି । ଏହି ସମୟରେ ଯୁବପିଢିଙ୍କର ସାହସ ଓ ପରାକାଷ୍ଠା ଦେଖାଇବାର ସମୟ ।

ଓଡିଶାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହାକୁ ସାହସର ସହିତ ମୁକାବିଲା କରିବାକୁ ପଡିବ । ଏଥିପାଇଁ ସରକାର ତାଙ୍କ ତରଫରୁ ପଦକ୍ଷେପ ନେବା ଉଚିତ । ଏହାସହିତ ସାଧାରଣ ଲୋକମାନେ ଧୈର୍ଯ୍ୟର ସହିତ ବନ୍ୟା ସ୍ଥିତିର ମୁକାବିଲା କରନ୍ତୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.