April 16, 2024

ଜମ୍ମୁ କାଶ୍ମୀରରେ ସହିଦ ଓଡ଼ିଆ ଯବାନଙ୍କ ପାଇଁ ଶୋକ ପ୍ରକାଶ କଲେ ଧର୍ମେନ୍ଦ୍ର ପ୍ରଧାନ

1 min read

ଆଓରି-ଭୁବନେଶ୍ଵର(୧୮/୦୬) : ଗତକାଲି ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ବେଳେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ସହିଦ ଅଜିତ ସାହୁ ଅନୁଗୁଳ ଜିଲ୍ଲା କାମାକ୍ଷାନଗର ବଡସୁଆଳ ଗାଁର ବାସିନ୍ଦା ।

୨୦୧୫ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ ଅଜିତ । ଗତକାଲି ଜମ୍ମୁ କାଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହି ଘଟଣାରେ ଅଜିତଙ୍କ ଦେହରେ ଗୁଳି ବାଜିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଗତକାଲି ରାତିରେ ପରିବାର ଲୋକ ଅଜିତଙ୍କ ମୃତ୍ୟ ଖବର ପାଇଥିଲେ ।

ଅଜିତଙ୍କ ମୃତ୍ୟୁ ଖବର ପାଇ ଅନୁଗୁଳ ଜିଲ୍ଲା ସମେତ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପଟେ ଅଜିତଙ୍କ ସହିଦ ହେବା ଖବର ପାଇ ମର୍ମାହତ ହୋଇପଡ଼ିଛନ୍ତି କେନ୍ଦ୍ର ଇସ୍ପାତ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଜିତଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ଧର୍ମେନ୍ଦ୍ର ।

‘ଜାମ୍ମୁ-କାଶ୍ମୀର ପୁଲୱାମା ଜିଲ୍ଲା ଅରିହାଲରେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବଡସୁଆଳ ଗାଁର ଯବାନ ଅଜିତ ସାହୁ ଶହୀଦ ହୋଇଥିବା ଖବର ଶୁଣି ମୁଁ ମର୍ମାହତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି । ଦେଶ ମାତୃକା ପାଇଁ ତାଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ଟ୍ଵିଟ୍ କରି ଦର୍ଶାଇଛନ୍ତି ଶ୍ରୀ ପ୍ରଧାନ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.