ରାଜ୍ୟ

ତାଳଚେରରେ ମାଟି ଧସିବା ପ୍ରସଙ୍ଗ ନେଇ ପିୟୁଷ ଗୋଏଲଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

ଆଓରି-ଭୁବନେଶ୍ଵର(୭/୧୨) : ତାଳଚେରରେ ମାଟି ଧସିବା ପ୍ରସଙ୍ଗ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ର କୋଇଲା ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟିଛନ୍ତି । ତାଳଚେରରେ ଏମସିଏଲ୍‌ ଖଣି ଖୋଳିବା ପରେ ସେହି ଖାଲ ସ୍ଥାନରେ ସଠିକ୍‌ ଭାବେ ବାଲି ଭର୍ତ୍ତି କରିନଥିବାରୁ ଜଣଙ୍କ ଘରେ ମାଟି ଧସେଇ ପଡିଥିଲା  । ମାଟି ଧସେଇ ପଡିଥିବା ପରିବାର ଓ ପ୍ରଭାବିତ ସ୍ଥାନୀୟ ଲୋକଙ୍କୁ ସମସ୍ତ ପ୍ରକାର ସବୁଧା ଓ ସୁରକ୍ଷା ଯୋଗାଇ ଦିଆଯିବ ବୋଲି କୋଇଲା ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ପ୍ରଧାନ କହିଛନ୍ତି ।

ଗତକାଲି ତାଳଚେରରେ ମାଟି ଧସିବା ଯୋଗୁ ସ୍ଥାନୀୟ ଅଞ୍ଚଳର ଲୋକେ ଆତଙ୍କିତ ହୋଇପଡିଛନ୍ତି । ଏମସିଏଲ୍‌ ଖଣି ଖୋଳିବା ପରେ ସେହି ଖାଲ ସ୍ଥାନରେ ସଠିକ୍‌ ଭାବେ ବାଲି ଭର୍ତ୍ତି କରିନଥିବାରୁ ଏଭଳି ଘଟିଥିବା ଚର୍ଚ୍ଚା ହେଉଛି । ତେବେ ଏହାର ପ୍ରତିବାଦରେ ସଧାରଣ ଲୋକ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଥିଲେ । ତେବେ ଏହି ଘଟଣାକୁ ଗୁରୁତ୍ୱ ଦେଇ  କେନ୍ଦ୍ର କୋଇଲା ମନ୍ତ୍ରୀ ପିୟୁଷ ଗୋଏଲ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏକ ବିଶେଷଜ୍ଞ ଟିମ୍‌କୁ ଏହାର ଦାୟିତ୍ୱ ଦେବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ସେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଭାବିତ ଅଞ୍ଚଳର ସୁରକ୍ଷା ଏବଂ ଲୋକମାନଙ୍କ ସୁବିଧା ଦୃଷ୍ଟିରୁ ତୁରନ୍ତ ପଦକ୍ଷେପ ନେବାକୁ କୋଇଲା ମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ନିବେଦନ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button