May 19, 2024

କୌଶଳ କନେକ୍ଟ ରୋଡ ସୋ ଲଞ୍ଚ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

1 min read
Dharmendra-Pradhan-Aajira-Odisha

ଆଓରି-ନୂଆଦିଲ୍ଲୀ(୩୧/୭) : NSDC(National Skill Development Corporation) ଭାରତୀୟ ଉଦ୍ୟୋଗ ପରିସଙ୍ଘ ଏବଂ ଜିଆଇଜେଡ଼ ଦ୍ୱାରା ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ “କୌଶଳ କନେକ୍ଟ ରୋଡ ସୋ” ଲଞ୍ଚ କଲେ| ଏହି ରୋଡ ସୋର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶରେ ସମସ୍ତ ଉଦ୍ୟୋଗ କୌଶଳ ସଂଘ ସହିତ ଲାଭାର୍ଥୀ ମାନଙ୍କ ସଂଖ୍ୟା ବୃଦ୍ଧି ପାଇ ପାରିବ ବୋଲି  ଶ୍ରୀ ପ୍ରଧାନ ବ୍ୟକ୍ତ କରିଛନ୍ତି |

ଦେଶ ବ୍ୟାପୀ ପରିକ୍ରମା କରି  ୨୨ଟି ସ୍ଥାନରେ କ୍ଷତ୍ରିୟ କେନ୍ଦ୍ର ମାନଙ୍କରେ ପହଞ୍ଚିବ | ଏହି ଅଭିଯାନ ଦ୍ଵାରା ସହାୟକ ଉଦ୍ୟୋଗ ମାନଙ୍କ ସହିତ ସୁସମ୍ପର୍କ ସ୍ଥାପନ କରାଯାଇ ଏହିମିସନରେ ଥିବା ସମସ୍ୟାର ସଠିକ ସମାଧାନ ହୋଇପାରିବ | ଆମ ଦେଶର କୌଶଳ ଜନଶକ୍ତି ବୃଦ୍ଧିକରିବାରେ ଏବଂ ଭାରତର ଅର୍ଥ ବ୍ୟବସ୍ଥାରେ ସହାୟତା କରିଥିବାରୁ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜର୍ମାନ ଆର୍ଥିକ ବିକାଶ ମନ୍ତ୍ରାଳୟକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି |

ଆସନ୍ତା ୨୫ବର୍ଷ ମଧ୍ୟରେ ଭାରତ ବିଶ୍ଵର ଏକ ନମ୍ବରୱାନ ଅର୍ଥ ବ୍ୟବସ୍ଥା ହେବାକୁ ଯାଉଛି | ଏହା କୌଶଳ ଏବଂ ଉଚ୍ଚମାନର ଶ୍ରମଶକ୍ତି ବିନା ଅସମ୍ଭବ | ନରେନ୍ଦ୍ର ମୋଦି ସରକାରଙ୍କର ସ୍କିଲ ଇଣ୍ଡିଆ ମିଶନ ଦ୍ଵାରା ୧.୨କୋଟି ଯୁବକମାନଙ୍କୁ ସମୟ ଉପଯୋଗୀ ଉପଯୁକ୍ତ କୌଶଳ ଯୋଗାଇବା ସହ ସେମାନଙ୍କୁ ନିଯୁକ୍ତି ଦେବା ଆମର ଉଦ୍ଦେଶ୍ୟ ବୋଲି ଶ୍ରୀ ପ୍ରଧାନ ବ୍ୟକ୍ତ କରିଛନ୍ତି |

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.