ଜିଲ୍ଲାରାଜ୍ୟ

ଓଲଟପୁର ଠାରେ ସୁଶ୍ରୁତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ରର ଭିତିପ୍ରସ୍ତର ସ୍ଥାପନ କଲେ ଧର୍ମେନ୍ଦ୍ର ପ୍ରଧାନ

ଆଓରି-ଭୁବନେଶ୍ଵର(୨୬/୦୨) : କଟକ ଜିଲ୍ଲାର ନିଆଳି ବ୍ଲକ ଓଲଟପୁର ଠାରେ ସୁଶ୍ରୁତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ରର ଭିତିପ୍ରସ୍ତର ସ୍ଥାପନ ଦିବସରେ ଯୋଗଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉତ୍କଳ ବିପନ୍ନ ସହାୟତା ସମିତି ଓଡିଶାର ଗୋଟିଏ ଅଗ୍ରଣୀ ସ୍ୱୟଂସେବୀ ସଂଗଠନ । ବିଶେଷ କରି ବାତ୍ୟା, ବନ୍ୟା ଓ ମରୁଡି ପ୍ରପୀଡିତ ରାଜ୍ୟରେ ବିପନ୍ନ ଲୋକମାନଙ୍କୁ ସାମାଜିକ ସାହାଯ୍ୟ ଯୋଗାଇଦେବାର ୪୫ ବର୍ଷର ଗୋଟିଏ ପ୍ରୟାସ ବୋଲି ଶ୍ରୀ ପ୍ରଧାନ ବ୍ୟକ୍ତ କରିଛନ୍ତି ।

ଶ୍ରୀ ପ୍ରଧାନ ଏହା ମଧ୍ୟ କହିଛନ୍ତି ଯେ ବଡ ବଡ ମେଡିକାଲରେ ସମ୍ପନ୍ନ ଲୋକମାନେ ଚିକିତ୍ସା ହେଉଥିବା ବେଳେ ଗରିବ ଲୋକମାନେ ଏଥିପାଇଁ ସକ୍ଷମ ହୋଇନଥାନ୍ତି । ଏହାକୁ ଧ୍ୟାନରେ ରଖି ଗରିବ ଲୋକଙ୍କୁ ମେଡିକାଲ ସହାୟତା ସହ ଅନ୍ୟାନ୍ୟ ଆନୁଷଙ୍ଗୀକ ବ୍ୟବସ୍ଥାକୁ ଏହି ସୁଶ୍ରୁତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ର ସହାୟକ ହେବ ।ଏହା ପୂର୍ବ ଭାରତ ଓ ଓଲଟପୁର ପାଇଁ ନୂଆ ପରିଚୟ ତିଆରି କରିପାରିଛି । ଏହି ହସ୍ପିଟାଲକୁ ଆହୁରି ବଡ କରିବାର ଆବଶ୍ୟକତା ଅଛି । ଓଲଟପୁର ଅଂଚଳରେ କେବଳ ସ୍ନାୟୁ କିମ୍ବା ଅସ୍ଥି ସମ୍ପର୍କର ବିଷୟ ନୁହେଁ, ଗ୍ରାମାଂଚଳର ସ୍ୱାସ୍ଥ୍ୟସେବାକୁ ଧ୍ୟାନ ଦେବା ପାଇଁ ଏଠାରେ ଗୋଟେ ସ୍ୱାସ୍ଥ୍ୟ କେନ୍ଦ୍ର ତିଆରି କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

କଟକ, ପୁରୀ, ଜଗତସିଂହପୁରର କେନ୍ଦ୍ରସ୍ଥ ଅଂଚଳ ହେଲା ଓଲଟପୁର । ଭାରତ ସରକାରଙ୍କ ତୈଳ କମ୍ପାନୀ ଓଏନଜିସି ତରଫରୁ ପାଖାପାଖି ୧୫ ହଜାର ସ୍କୋୟାର ଫୁଟର ୫ ମହଲା ବିଶିଷ୍ଟ କୋଠା ତିଆରି ହେବ । ଫଳରେ ବର୍ଷକୁ ୪୦୦୦ ରୋଗୀ, ୩୦୦୦ ସହାୟକଙ୍କର ରହଣୀ ବ୍ୟବସ୍ଥା ପାଇଁ ୨ କୋଟି ୩୨ ଲକ୍ଷ ଟଙ୍କା ବ୍ୟୟବରାଦରେ ଓଏନଜିସି ତରଫରୁ ୟୁବିବିଏସକୁ ଦାୟିତ୍ୱ ଦେଇ ଗୋଟିଏ ଅତ୍ୟାଧୁନିକ ଧର୍ମଶାଳା ବନେଇବାର ଏଠାରେ ପରିକଳ୍ପନା ଅଛି ବୋଲି ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।

ନରସେବା ହିଁ ନାରାୟଣ ସେବା । ନରକୁ ସେବା କଲେ ଜଗନ୍ନାଥଙ୍କର ସେବା ହେବ । ଓଡିଆ ଲୋକମାନଙ୍କ ଏହା ସଂସ୍କୃତି । ପଣ୍ଡିତ ଗୋପବନ୍ଧୁ ଦାସ ଲୋକଙ୍କ ସେବା କରିବା ପାଇଁ ଚୁଡା, ଚାଉଳ ବାଣ୍ଟିବା ପାଇଁ ଯାଉଥିଲେ । ସେହିପରି ଉତ୍କଳୀୟ ପରମ୍ପରାକୁ ୟୁବିଏସ୍ଏସ୍ ନେତୃତ୍ୱରେ ନିରନ୍ତର କାର୍ଯ୍ୟ ଜାରି ରଖିବାର ଆବଶ୍ୟକ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button