ରାଜ୍ୟ

ଝାଡଖଣ୍ଡ ଠାରେ ପିଏନ୍‌ଜି ଏବଂ ସିଏନଜି ଷ୍ଟେସନର ଉଦଘାଟନ କଲେ ଧର୍ମେନ୍ଦ୍ର ପ୍ରଧାନ

ଆଓରି-ନୂଆଦିଲ୍ଲୀ(୦୨/୧୧) : ଝାଡଖଣ୍ଡର ଜାମସେଦପୁର ଠାରେ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ଅଧୀନରେ ପ୍ରାକୃତିକ ଗ୍ୟାସ ପାଇପଲାଇନ(ପିଏନ୍‌ଜି) ଏବଂ ସିଏନଜି ଷ୍ଟେସନର ଉଦଘାଟନ କରିବା ସହ ୧୬୧.୫୦ କୋଟି ଟଙ୍କା ବ୍ୟୟରେ ଏଚ୍‌ପିସିଲ ଦ୍ୱାରା ନିର୍ମିତ ହେବାକୁ ଥିବା ଏଲପିଜି ବଟଲିଂ ପ୍ଲାଂଟର ଶିଳନ୍ୟାସ କରିଛନ୍ତି । ଏହି ଅବସରରେ ଗେଲ୍ ଇଣ୍ଡିଆ ଦ୍ୱାରା ନିର୍ମାଣ ହେବାକୁ ଥିବା ୧୨୫ କିମି ଲମ୍ବା ପୁଋଲିଆ-ଜାମସେଦପୁର ସ୍ପରଲାଇନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ଶ୍ରୀ ପ୍ରଧାନ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏଚପିସିଏଲର ବଟଲିଂ ପ୍ଲାଂଟ ଜାମସେଦପୁରର ଏବଂ ଆଖପାଖ ଅଂଚଳର ଉଜ୍ଜଳା ଯୋଜନା ଲାଭାର୍ଥୀଙ୍କ Dharmendra-Pradhan-Aajira-Odishaଆବଶ୍ୟକତାକୁ ପୂରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହାବ୍ୟତିତ ସିଏନଜି ଓ ପିଏନଜି ଦ୍ୱାରା ଏଠାରେ ପରିବେଶ ସୁରକ୍ଷିତ ରହିବ ଏବଂ ଲୋକଙ୍କୁ ଶସ୍ତା ଇନ୍ଧନ ଉପଲବ୍ଧ ହେବ । ଆଜି ଉଦଘାଟିତ ପ୍ରକଳ୍ପ ଦ୍ୱାରା ପାଇପରେ ପାଣି ଆସିବା ଭଳି
ଅନୁରୂପ ଭାବେ ଲୋକମାନଙ୍କ ଘରେ ମଧ୍ୟ ପାଇପ ସାହାଯ୍ୟରେ ରନ୍ଧନ ଗ୍ୟାସ ପହଁଚିବ । ସେହିପରି ସହରରେ ସିଏନଜି ଗ୍ୟାସ ଉପଲବ୍ଧ ହେବ ଯଦ୍ୱାରା ଅଟୋ ଚାଳକମାନେ ଲାଭବାନ ହୋଇପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ନୂଆ ଜାମସେଦପୁର ବନାଇବାରେ ନରେନ୍ଦ୍ର ମୋଦି ଓ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସ ଉଦ୍ୟମରତ । ମୁମ୍ବାଇ, ଚେନ୍ନାଇ ତଥା ବାଙ୍ଗାଲୋର ଭଳି ମେଟ୍ରୋ ସିଟି ମାନଙ୍କରେ ଲୋକମାନେ ଯେପରି ଅତ୍ୟାଧୁନିକ ସୁବିଧା ପାଉଛନ୍ତି ଜାମସେଦପୁର ଭଳି ସ୍ଥାନରେ ମଧ୍ୟ ଏଭଳି ସୁବିଧା  ଉପଲବ୍ଧ ହେବ । ଜାମସେଦପୁର ସହରର ବିଭିନ୍ନ ଉଦ୍ୟୋଗରେ ମଧ୍ୟ ଗ୍ୟାସ ଆଧାରିତ ଇନ୍ଧନ ପହଁଚୁ ଏହା ସରକାରଙ୍କ ଲକ୍ଷ୍ୟ । ଜାମସେଦପୁର ଠାରେ ୨୨୧ କୋଟି ଟଙ୍କା ବ୍ୟୟରେ ଏପରି ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button