ରାଜ୍ୟ

ଶହେ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସର ଉଦଘାଟନ କଲେ ଧର୍ମେନ୍ଦ୍ର ପ୍ରଧାନ

ଆଓରି ଭୁବନେଶ୍ଵର(୦୩/୧୨) : କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ପାଲଲହଡା ଗସ୍ତ କରିଥିଲେ। ପ୍ରଥମେ ସେ ମୁଣ୍ଡୁରିବେଡା ପ୍ରାଥମିକ ବିଦ୍ୟାଳୟର ଶହେ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଓଡସ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ଶହେ ଶଯ୍ୟା ବିଶିଷ୍ଟ  ଛାତ୍ରୀ ନିବାସର ଉଦଘାଟନ କରିଥିଲେ ।Ladies-Hostel-Aajira-Odisha

ଶ୍ରୀ ପ୍ରଧାନଙ୍କ ଗସ୍ତକୁ ନେଇ ଅଞ୍ଚଳବାସୀ ବେଶ୍ ଉତ୍ସାହିତ ହୋଇଥିଲେ । ହେଲିକପ୍ଟର ଯୋଗେ ସେ ସେଠାରେ ପହଞ୍ଚିବା ପରେ ଦଳୀୟ କର୍ମକର୍ତ୍ତା ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହି ସମୟରେ କର୍ମୀମାନେ ଢୋଲ ବଜାଇ କେନ୍ଦ୍ରମନ୍ତ୍ରୀଙ୍କୁ ପାଛୋଟି ନେଇଥିଲେ । ଏହାପରେ ସେ ସିଧାସଳଖ ମୁଣ୍ଡୁରିବେଡା ପ୍ରାଥମିକ ବିଦ୍ୟାଳୟ ଯାଇ ସେଠାରେ ଯୋଗ ଦେଇଥିଲେ । ଏହି ସମୟରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button