May 19, 2024

ରାୟଗଡା ଠାରେ ଏଚପିସିଏଲ ବଟଲିଂ ପ୍ଲାଣ୍ଟର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ

1 min read

ଆଓରି-ଭୁବନେଶ୍ଵର(୨୦/୦୨) : ମୋଦି ଗରିବାଙ୍କ ଭାବନାକୁ ବୁଝିଛନ୍ତି । ନରେନ୍ଦ୍ର ମୋଦି ଦେଶର ବିକାଶ କାମରେ ଲାଗିଛନ୍ତି । ରାୟଗଡା ଠାରେ ଏଚପିସିଏଲ ବଟଲିଂ ପ୍ଲାଣ୍ଟ ଏବଂ ଅନ୍ୟାନ୍ୟ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଗୋଟିଏ ପଟେ ମୋଦି ଦେଶର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି ଅନ୍ୟପଟେ ରାଜ୍ୟର ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ନାଁରେ ବାହାନା ମାରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ମାଧ୍ୟମରେ ନିର୍ବାଚନ ପୂର୍ବରୁ ଜଣଙ୍କ ପିଛା ଦେଢରୁ ଦୁଇ ହଜାର ଟଙ୍କା ମହିଳାଙ୍କୁ ସହଯୋଗ ଦେଇ ପାମ୍ପଡ, ବଡ଼ି , ଆଚାର ବ୍ୟବସାୟ କରିବାର ବାହାନା ଦେଖାଉଛନ୍ତି । କିନ୍ତୁ ନରେନ୍ଦ୍ର  ମୋଦି ମହିଳାଙ୍କ ସମୟ ବଂଚାଇ ମାସକୁ ତିନି ହଜାର ଟଙ୍କାର ରୋଜଗାର କରିବାର ସୁବିଧା ଦେଇ ମୁଦ୍ରା ଯୋଜନାରେ ଋଣ ବ୍ୟବସ୍ଥା କରିଛନ୍ତି । ପ୍ରଧାନମନ୍ତ୍ରୀ ମହିଳାଙ୍କୁ ଆର୍ଥିକ ସ୍ୱୟଂ ସମ୍ପନ୍ନ କରିବାର ଯୋଜନା କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।LPG-Batling-Plant-Inaugurated-Dharmendra-Pradhan-Aajira-Odisha

ଆଜି ଶୁଭାରମ୍ଭ ହୋଇଥିବା ବଟଲିଂ ପ୍ଲାଂଟ ସେହି ଦିଗରେ ମହତ୍ୱପୂର୍ଣ୍ଣ ପଦକ୍ଷେପ ନେବ । ଏହା  ନରେନ୍ଦ୍ର ମୋଦିଙ୍କର ରାଜ୍ୟ ପାଇଁ ଆଉ ଏକ ବଡ ଉପହାର ବୋଲି ସେ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ମୋଦି କହିଛନ୍ତି ଯେ ଆଜି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ବିକାଶ ଏକ ଜନ ଆନ୍ଦୋଳନ ରୂପେ ପରିଣତ ହୋଇଛି । ନରେନ୍ଦ୍ର ମୋଦି ଦାୟିତ୍ୱ ନେବା ପୂର୍ବରୁ ଓଡିଶାରେ ୧ କୋଟି ଘର ଭିତରୁ ପାଖାପାଖି ୨୦ ଲକ୍ଷ ଘରେ ଏଲପିଜି ସଂଯୋଗ ଥିଲା । ରାୟଗଡା ଜିଲ୍ଲାରେ ଅଢେଇ ଲକ୍ଷ ଘରୁ ମାତ୍ର ୪୨ ହଜାର ଘରେ ଏଲପିଜି ଥିଲା । ପ୍ରତିବର୍ଷ ଘରୋଇ ଧୂଆଁ କାରଣରୁ ୫ ଲକ୍ଷ ଲୋକଙ୍କ ଜୀବନ ଯାଉଥିଲା । ମାତ୍ର ଭାରତବର୍ଷର ମହିଳାମାନଙ୍କ ଏହି କଷ୍ଟକୁ ଦେଖି ଗରିବ ଘରୁ ଆସିଥିବା ମୋଦି ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଆରମ୍ଭ କଲେ ।  ୨୦୨୨ ସୁଦ୍ଧା ଏମିତି ଗୋଟିଏ ଗରିବ ଘର ଗରିବ ନାହିଁ, ଯାହାର ସ୍ୱଚ୍ଛ ଇନ୍ଧନ ନପହଁଚିବ ।

ଏହାସହ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଓଡିଶାରେ ୩୭ ଲକ୍ଷ ଏଲପିଜି କନେକ୍ସନ ହୋଇଥିବା ବେଳେ ରାୟଗଡା ଜିଲ୍ଲାରେ ଏହି ସଂଖ୍ୟା ୯୬ ହଜାର ହେଲାଣି । ଏହି ସଂଖ୍ୟା ଖୁବ ଶୀଘ୍ର ୧ ଲକ୍ଷରେ ପହଁଚିଯିବ । ସାଢେ ୪ ବର୍ଷରେ ନରେନ୍ଦ୍ର ମୋଦି  ମହିଳା ମାନଙ୍କ ପାଇଁ ଏକ ଅଭିନବ ଓ କ୍ରାନ୍ତିକାରୀ ଯୋଜନା ପ୍ରଧାନମନ୍ତ୍ରୀ ଉଜ୍ଜଳା ନାଁରେ ଆରମ୍ଭ କରିଛନ୍ତି । ଗାଁଗଣ୍ଡା ଅଂଚଳର ଗରିବ ମହିଳାଙ୍କ ମୁଁହରେ ହସ ଫୁଟୁ ଏହା ମୋଦି ସରକାରଙ୍କ ପ୍ରାଥମିକତା ବୋଲି  ଧର୍ମେନ୍ଦ୍ର ମୋଦି କହିଛନ୍ତି ।

ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ଗ୍ୟାସ ସିଲିଣ୍ଡର ପାଇଁ ଭାଇଜାଗ, ରାୟପୁର, ଝାରସୁଗୁଡା କିମ୍ବା ଭୁବନେଶ୍ୱରକୁ ଅପେକ୍ଷା କରିବାକୁ ପଡୁଥିଲା । ମାତ୍ର ସେ ଦାୟିତ୍ୱ ନେବା ପରେ ଦକ୍ଷିଣ ଓଡିଶାର ବିଶେଷତଃ କୋରାପୁଟ, କଳାହାଣ୍ଡି, ବଲାଙ୍ଗୀରକୁ ପ୍ରାଥମିକତା ଦିଆଗଲା । ଗତ ୬ ମାସ ତଳେ ସେ ବଲାଙ୍ଗୀରକୁ ଆସି ବଲାଙ୍ଗୀରରେ ଏଲ୍ପିଜି ବଟଲିଂ ପ୍ଲାଂଟ୍ର ଆରମ୍ଭ କରିଥିଲେ । ଆଜି ପୁନର୍ବାର ରାୟଗଡାରେ ୯୧ କୋଟି ଟଙ୍କା ବ୍ୟୟରେ ଦିନକୁ ୧୪୦୦ ଏବଂ ବର୍ଷକୁ ୪୨ ଲକ୍ଷ ଏଲପିଜି ସିଲିଣ୍ଡର ଉତ୍ପାଦନ କରିବା ବିଶିଷ୍ଟ ଗୋଟିଏ ବଟଲିଂ ପ୍ଲାଂଟର ଶୁଭାରମ୍ଭ କରାଗଲା । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଉଡାନ ଯୋଜନାରେ ଜୟପୁରକୁ ବିମାନ ଆସିବା ପାଇଁ ଭାରତ ସରକାର ପଇସା ଦେଇଛନ୍ତି । ଏଥିପାଇଁ ତେଲ, ଆଭିଏସନ୍ ଫୁଏଲ ଓ ପେଟ୍ରୋଲର ଆବଶ୍ୟକତା ରହିଛି । ଜୟପୁରରେ ଏଥିପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ ଶ୍ରୀ ପ୍ରଧାନ ତାଙ୍କ ମାଧ୍ୟମରେ ବିପିସିଏଲକୁ ନିର୍ଦ୍ଦେଶ ଦେଇ ସ୍ଥାୟୀ ଭାବେ ଜୟପୁର ଏୟାରପୋର୍ଟରେ ୨ କୋଟି ଟଙ୍କା ଖର୍ଚ୍ଚ କରି ଏୟାର୍ ଫୁଏଲ ସର୍ଭିସ୍  ଷ୍ଟେସନ ତିଆରି ହୋଇପାରିଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପୂର୍ବ ଅପେକ୍ଷା ରେଳ ବିକାଶକୁ ମୋଦି ସରକାର ଗୁରୁତ୍ୱ ଦେଇଛନ୍ତି । ଏବର୍ଷ ଓଡିଶାକୁ ୬ ହଜାର ୮୦୦ କୋଟି ଟଙ୍କା ମୋଦି ସରକାର ରେଳରେ ଅନୁଦାନ ଦେଇଛନ୍ତି । ପୂର୍ବେ ୫ ବର୍ଷକୁ ରେଳ ଅନୁଦାନ ମୋଟ ୪ ହଜାର ଟଙ୍କା ଆସୁଥିବା ବେଳେ ଏ ୫ ବର୍ଷ ସରକାରରେ ଇଷ୍ଟ୍ କୋଷ୍ଟ୍ ରେଲେଓ ଜୋନରେ ଓଡିଶା ପାଇଁ ୨୭ ହଜାର କୋଟି ଟଙ୍କା ରେଳ ବିକାଶ ପାଇଁ ଖର୍ଚ୍ଚ କରାଯାଇଛି ।

ଆଜି ୫ କୋଟି ଟଙ୍କା ବ୍ୟୟରେ ୩ଟି ଓଭର ବ୍ରିଜ୍ ଏ ଏ ଅଂଚଳରେ ଆରମ୍ଭ ହୋଇଛି । ଟିଟିଲାଗଡ, ବିଜୟନଗରମ ଅଂଚଳ ୨୩୦୦ କୋଟି ଟଙ୍କା ଖର୍ଚ୍ଚକରି ତୃତୀୟ ଲାଇନ୍, କୋରାପୁଟରୁ ରାୟଗଡାରେ ୨୩୦୦ କୋଟି ଟଙ୍କାରେ ଦ୍ୱିତୀୟ ଲାଇନ୍ ଏବଂ କୋରାପୁଟରୁ ରାୟଗଡା ପର୍ଯ୍ୟନ୍ତ ବିଦ୍ୟୁତିକରଣ ଯୋଜନାରେ ୨୫୦୦ କୋଟି ଟଙ୍କା ଖର୍ଚ୍ଚର ବ୍ୟବସ୍ଥା ।

ଏ ସବୁ ରେଳ ପ୍ରକଳ୍ପ ଦ୍ରୁତଗତିରେ ଏ ଅଂଚଳରେ ହୋଇଛି ।  ଆଜି କୋରାପୁଟ ଜିଲ୍ଲାର ନୂଆ ନବରଙ୍ଗପୁର ଅଂଚଳରେ ଓଡିଶାର ୨୦ତମ ପାସପୋର୍ଟ ସେବା ଆରମ୍ଭ ହୋଇଛି । ରାୟଗଡାରେ ମଧ୍ୟ ଏହି ବ୍ୟବସ୍ଥା ଖୁବ ଶୀଘ୍ର କରାଯିବା ପୂର୍ବରୁ ସ୍ଥାନୀୟ ଲୋକଙ୍କ ଗୋଟିଏ ନୂଆ କୋଷ୍ଟାଲ ଡିଭିଜନ ଦାବୀ ଥିଲା । ଭାରତ ସରକାର ରାୟଗଡାରେ ଗୋଟେ ନୂଆ କୋଷ୍ଟାଲ ଡିଭିଜନ ଖୋଲିବା ନେଇ ନିଷ୍ପତି ହୋଇଛନ୍ତି । ଜୟପୁର ଶିଶୁ ମନ୍ଦିର ପାଇଁ ଗୋଟେ ବିଦ୍ୟାଳୟ ଭବନ ଆଜି ଆରମ୍ଭ କରାଯାଇଛି ।  ନରେନ୍ଦ୍ର ମୋଦିଙ୍କୁ ଆଉ ଥରେ ପ୍ରଧାନମନ୍ତ୍ରୀ କରିବା ନେଇ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ କରିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.