May 20, 2024

ବିଜେପି ସେବା ସପ୍ତାହର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

1 min read

ଆଓରି-ଭୁବନେଶ୍ଵର(୧୪/୦୯) : ଆଜିଠାରୁ ବିଜେପିର ସେବା ସପ୍ତାହ ଆରମ୍ଭ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହକୁ ସେବା ସପ୍ତାହ ରୂପେ ପାଳନ କରୁଛି ବିଜେପି । ଭୁବନେଶ୍ୱରଠାରେ ସେବା ସପ୍ତାହକୁ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସହ ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ ଓ ବିରୋଧି ଦଳ ନେତା ପ୍ରଦିପ୍ତ ନାୟକ ମଧ୍ୟ ଉପସ୍ଥିତ ଅଛନ୍ତି ।

ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ପରୀକ୍ଷା, ଚକ୍ଷୁ ପରୀକ୍ଷା ଏବଂ ଔଷଧ ବଣ୍ଟନର ବ୍ୟବସ୍ଥା କରାଯାଇଛି । ମୋଦିଙ୍କ କାର୍ଯ୍ୟଶୈଳୀ ସଂପର୍କୀତ ତଥ୍ୟକୁ ଫଟୋ ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି । ସାମାଜିକ ସଙ୍ଗଠନମାନଙ୍କ ସହିତ ସହଭାଗୀତରେ ଦିବ୍ୟାଙ୍ଗମାନଙ୍କୁ ସହାୟତା ଯୋଗାଇ ଦିଆଯିବ । ଭାରତକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଛାତ୍ରଛାତ୍ରୀ ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନା କାର୍ଯ୍ୟକ୍ରମ ଓ ସଂକଳ୍ପ ନିଆଯିବ । ଏହି ସେବା ସପ୍ତାହ ଆଜିଠୁ 20 ତାରିଖ ପର୍ଯ୍ୟନ୍ତ ଚାଲିବ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.