ଜାତୀୟ

ଭିଡିଓ କନଫରେନ୍ସିଂ ମାଧ୍ୟମରେ ବାୟୋଡିଜେଲ୍ ପ୍ଳାଣ୍ଟର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆଓରି-ନୂଆଦିଲ୍ଲୀ(୧୪/୦୨) : ଶକ୍ତି ବିନା ଜୀବନ ସମ୍ଭବ ନୁହେଁ । ପାରମ୍ପରିକ ଏବଂ ଅଣପାରମ୍ପରିକ ଶକ୍ତି ଉପରେ ନିର୍ଭର କରେ ଜୀବନ । କିନ୍ତୁ ଶକ୍ତି ସଞ୍ଚୟ କରିବା ଏବଂ ପର ପିଢି ପାଇଁ ସାଇତି ରଖିବା ଏକ ପ୍ରକାର ଚାଲେଞ୍ଜ ହୋଇଛି । ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅନେକ ପ୍ରକାର ପଦକ୍ଷେପ ମଧ୍ୟ ଗ୍ରହଣ କରୁଛନ୍ତି ।

ସେହିଭଳି ବୁଧବାର ନୂଆଦିଲ୍ଲୀରେ ବାୟୋଡିଜେଲ୍ ପ୍ଳାଣ୍ଟର ଉଦଘାଟନ ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇ ଧର୍ମେନ୍ଦ୍ର ପ୍ରଧାନ  ବାୟୋଡିଜେଲ୍ ଉର୍ଜା ବିଷୟରେ କହିଛନ୍ତି । ବାୟୋଡିଜେଲ୍ ଉର୍ଜା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ । ବ୍ୟବହୃତ ରନ୍ଧନ ତୈଳରୁ ୟୁରୋପରେ ବାୟୋଡିଜେଲ୍ ପ୍ରସ୍ତୁତ କରୁଥିବା ମୁଏନଜର କମ୍ପାନୀ ଏହି ପ୍ରକଳ୍ପ ସ୍ଥାପନା କରିଛି ।

ନୂତନ ଜ୍ଞାନକୌଶଳ ମାଧ୍ୟମରେ ଏହି ପ୍ଳାଣ୍ଟ ବ୍ୟବହୃତ ରନ୍ଧନ ତୈଳରୁ ବାୟୋଡିଜେଲରେ ପରିବର୍ତ୍ତିତ କରିବ । ଏହା ଭାରତର ଉର୍ଜା ସୁରକ୍ଷାକୁ ଆହୁରି ସୁରକ୍ଷିତ କରିବା ସହ ଉର୍ଜାର ବୈକଳ୍ପିକ ସ୍ରୋତକୁ ବୃଦ୍ଧି କରିବାରେ ସହାୟକ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଶ୍ରୀ ପ୍ରଧାନ କହିଛନ୍ତି ଯେ ସେମାନେ ଭାରତର ଜୈବ ଇନ୍ଧନ କାର୍ଯ୍ୟକ୍ରମରେ ନିବେଶ କରିବା ପାଇଁ ଆମ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ସ୍ୱୀକାର କରିଥିବାରୁ ସେ ଖୁସିବ୍ୟକ୍ତ କରୁଛନ୍ତି । ଉଦ୍‌ଘାଟିତ ହୋଇଥିବା ବାୟୋ-ଡିଜେଲ୍ ପ୍ଳାଣ୍ଟ ଫଳରେ ଭାରତରେ ମୁଏନଜର ବାୟୋ ଇଣ୍ଡଷ୍ଟ୍ରୀ ଔପଚାରିକ ଭାବରେ ପ୍ରବେଶ କରିବାର ପ୍ରତୀକ ବୋଲି ସେ କହିଛନ୍ତି ।ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଏନଜର୍ ପ୍ଳାଣ୍ଟ ବାୟୋ-ଡିଜେଲର ଆବଶ୍ୟକତାକୁ ପୂରଣ କରିବ । ସଚେତନତା ସୃଷ୍ଟି କରିବା ସହ ଚେନ୍ ଇନଫ୍ରାଷ୍ଟ୍ରକଚର୍ ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ ଉଦ୍ୟମୀଙ୍କୁ ତିଆରି କରି ଏକ ଉଦାହରଣ ସୃଷ୍ଟି କରିବାରେ ବଡ ପଦକ୍ଷେପ ହେବ ବୋଲି ସେ କହିଛନ୍ତି ।

ଏହା ମୁମ୍ବାଇର ପ୍ରଥମ ଶତ ପ୍ରତିଶତ ୟୁକୋ (ବ୍ୟବହୃତ ରନ୍ଧନ ତୈଳ) ଆଧାରିତ ବାୟୋ ଡିଜେଲ୍ ପ୍ଲାଂଟ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଭାରତ ସରକାର ଦେଶରେ ଏହିପରି ଅନେକ ପଦକ୍ଷେପ ଆରମ୍ଭ କରିବା ସହ ବାୟୋ ଡିଜେଲ୍ ପାଇଁ ଏକ ଉତମ ବାତାବରଣ ତିଆରି କରିବା ପାଇଁ କାମ କରୁଛନ୍ତି । ଦେଶର ଅନେକ ବଡ ବଡ ସହରରେ ମଧ୍ୟ ମୁଏନଜୁରର ଏହିଭଳି ଅନେକ ପ୍ଳାଣ୍ଟ ସ୍ଥାପନ କରିବା ପାଇଁ ଆମେ ଉଦ୍ୟମ କରୁଛୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button