May 19, 2024

ସହିଦ୍‌ ହୋଇଥିବା ଯବାନଙ୍କ ପ୍ରତି ସମବେଦନା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

1 min read
Union-Minister-Dharmendra-Pradhan-Gave-Tribute-Aajira-Odisha

ଆଓରି-ଭୁବନେଶ୍ଵର(୧୫/୦୨) : ଜାମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ଗୁରୁବାର ଆତଙ୍କବାଦୀ ଆକ୍ରମଣରେ ସହିଦ୍‌ ହୋଇଥିବା ୪୪ଜଣ ଯବାନଙ୍କ ପ୍ରତି ସମବେଦନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନ ନିଜ ଟ୍ୱିଟର ଆକାଉଣ୍ଟ ଜରିଆରେ ସେ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି । ଏହି ୪୪ ଜଣଙ୍କ ମଧ୍ୟରେ ଥିବା ଓଡ଼ିଶାର ଦୁଇ ବୀରଙ୍କ ପାଇଁ ମଧ୍ୟ ସେ ଦୁଃଖ ପ୍ରକାଶ କରିଛନ୍ତି । ଦୁଇ ଓଡ଼ିଆ ଯବାନ ହେଲେ ପ୍ରସନ୍ନ ସାହୁ ଏବଂ ମନୋଜ କୁମାର ବେହେରା । ମନୋଜ ଏବଂ ପ୍ରସନ୍ନଙ୍କ ସହିଦ ଖବର ଶୁଣି ସେ ଅତ୍ୟନ୍ତ ମର୍ମାହତ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ସବୁ ଶହୀଦ୍ ପରିବାର ସହିତ ସମ୍ପୂର୍ଣ୍ଣ ଦେଶବାସୀ ଅଛନ୍ତି । ଏହା ସହ ଦେଶ ମାତୃକା ପାଇଁ ତାଙ୍କର ବଳିଦାନକୁ ବ୍ୟର୍ଥ ହେବାକୁ ଦିଆଯିବ ନାହିଁ ବୋଲି ମଧ୍ୟ ଲେଖିଛନ୍ତି ଧର୍ମେନ୍ଦ୍ର ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.