March 21, 2023

ବିଶ୍ୱ ଆର୍ଥିକ ଫୋରମ୍‌ ଦ୍ୱାରା ଆୟୋଜିତ ଦକ୍ଷତା ବ୍ୟବଧାନ ଟ୍ୟାକ୍ସଫୋର୍ସ କାର୍ଯ୍ୟକ୍ରମରେ ଉଦବୋଧନ ଦେଲେ ଧର୍ମେନ୍ଦ୍ର ପ୍ରଧାନ

1 min read

ଆଓରି-ନୂଆଦିଲ୍ଲୀ(୦୯/୦୭) : ସ୍କିଲ ଗ୍ୟାପ ହ୍ରାସ ସହ ଦକ୍ଷତା ସମ୍ପନ୍ନ ଏବଂ ଉତ୍ପାଦକ କାର୍ଯ୍ୟବଳ ତିଆରି ହେଲେ ଏହା ଭାରତକୁ ୫ ଟ୍ରିଲିୟନ ଅର୍ଥନୀତି କରିବାରେ ସହାୟକ ହେବ। ନୂଆଦିଲ୍ଲୀଠାରେ ଆୟୋଜିତ ବିଶ୍ୱ ଆର୍ଥିକ ଫୋରମ୍‌ ଦ୍ୱାରା ଆୟୋଜିତ ଦକ୍ଷତା ବ୍ୟବଧାନ ଟ୍ୟାକ୍ସଫୋର୍ସ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କଥା କହିଛନ୍ତି। ସର୍ବୋପରି ସ୍କିଲ୍‌ ଗ୍ୟାପ୍‌କୁ ହ୍ରାସ କରିବାର ଆବଶ୍ୟକତାକୁ କେନ୍ଦ୍ରମନ୍ତ୍ରୀ ଅଧିକ ଗୁରୁତ୍ୱ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି ଯେ, ସାମ୍ପ୍ରତିକ ଯୁଗରେ ବୈଷୟିକ ବିଦ୍ୟାର ପ୍ରଗତି ଦ୍ୱାରା କାର୍ଯ୍ୟରେ ପରିବର୍ତ୍ତନ ପରଲକ୍ଷିତ ହୋଇଛି।

ସେହି ପରିବର୍ତ୍ତନକୁ ଆଖି ଆଗରେ ରଖି ଦକ୍ଷତା ପ୍ରଦାନ କରିବାର ଇକୋ ସିଷ୍ଟମ ସେଭଳି ହେବାର ଆବଶ୍ୟକତା ରହିଛି। ଯଦ୍ୱାରା ଗୋଟିଏ ଦକ୍ଷତାସମ୍ପନ୍ନ କାର୍ଯ୍ୟ କରୁଥିବା ଲୋକ ତିଆରି ହୋଇ ପାରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି। ବୈଠକରେ ବିଶ୍ୱ ଆର୍ଥିକ ଫୋରମ୍‌ ଏବଂ ଦେଶର ବିଭିନ୍ନ ରାଷ୍ଟ୍ରାୟତ୍ତ ତୈଳ ଓ ଗ୍ୟାସ କମ୍ପାନୀ ଯଥା ଆଇଓସିଏଲ୍‌, ଏଚ୍‌ପିସିଏଲ୍‌, ଓଏନ୍‌ଜିସି ମଧ୍ୟରେ ଆଲୋଚନା ହୋଇଥିଲା। ଉଭୟଙ୍କ ମଧ୍ୟରେ ଯେପରି ଉତ୍ତମ ସମନ୍ଵୟ ରକ୍ଷା କରାଯାଇ ରଖାଯାଇପାରିବା ନେଇ ରୋଡ୍‌ମ୍ୟାପ ପ୍ରସ୍ତୁତ କରାଯାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.