ବାତ୍ୟା ‘ଫୋନି’କୁ ନେଇ କେନ୍ଦ୍ର ଗୃହ ସଚିବଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ
1 min read
ଆଓରି-ନୂଆଦିଲ୍ଲୀ(୦୨/୦୫) : ବାତ୍ୟା ‘ଫୋନି’କୁ ନେଇ କେନ୍ଦ୍ର ଗୃହ ସଚିବଙ୍କୁ ଭେଟି ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ସମ୍ଭାବ୍ୟ ବାତ୍ୟାରେ କୌଣସି ଧନ, ଜୀବନ ଯେପରି ନଷ୍ଟ ନହୁଏ ସେନେଇ ଦୃଢ ପଦକ୍ଷେପ ଗ୍ରହଣ କରାଯାଉଥିବା ଗୃହ ମନ୍ତ୍ରଣାଳୟ ପ୍ରକାଶ କରିଥିବା ଟ୍ୱିଟର ମାଧ୍ୟମରେ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ । ଉପୁଜୁଥିବା ସମସ୍ତ ପ୍ରକାର ଅସୁବିଧାକୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଜଣାଇବା ପରେ ଆବଶ୍ୟକ ସ୍ଥଳେ ଦିଆଯାଇଥିବା ୩୪୦ କୋଟି ସହାୟତା ରାଶିକୁ ମଧ୍ୟ ବଢାଇ ଦିଆଯିବ । ରିଲିଫ ଏବଂ ସ୍ଥାନାନ୍ତରଣ ପାଇଁ ଅଧିକ ଅର୍ଥ ଆବଶ୍ୟକ ହେଲେ ମଧ୍ୟ ଯୋଗାଇ ଦିଆଯିବ ।