ଖେଳ

ଦୂତିଙ୍କ ସଫଳତା ପାଇଁ ଶୁଭକାମନା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

ଆଓରି-ନୂଆଦିଲ୍ଲୀ ବ୍ୟୁରୋ(୨୯/୮) : ମେଜର ଧ୍ୟାନ ଚାନ୍ଦଙ୍କ ଜୟନ୍ତୀ ତଥା ଭାରତର ଜାତୀୟ କ୍ରୀଡ଼ା ଦିବସରେ ବୁଧବାର ଓଡ଼ିଆ ଝିଅ ଦେଶ ପାଇଁ ରୌପ୍ୟ ପଦକ ଆଣିଛନ୍ତି। ଇଣ୍ଡୋନେସିଆର ଜାକର୍ତ୍ତା ଓ ପାଲେମବାଙ୍ଗ ଠାରେ ଅନୁଷ୍ଠିତ ଅଷ୍ଟାଦଶ ଏସୀୟ କ୍ରୀଡ଼ାର ମହିଳା ୨୦୦ ମିଟର ଫାଇନାଲରେ ଦୂତି ଏହି ସଫଳତାର ଅଧିକାରିଣୀ ହୋଇଛନ୍ତି। ଦୂତି ୨୦୦ ମିଟରକୁ ୨୩.୨୦ ସେକେଣ୍ଡରେ ଅତିକ୍ରମ କରିଛନ୍ତି ।ଏସୀୟ କ୍ରୀଡ଼ାରେ ଦୂତିଙ୍କ ସଫଳତା ପାଇଁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭକାମନା ଜଣାଇଛନ୍ତି ।Aajira-Odisha

ଦୂତି ଚାନ୍ଦ ୩ ଦିନ ତଳେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଆଣିଥିଲେ। ୨୦୦ ମିଟର ସେମିଫାଇନାଲରେ ଦୂତି ପ୍ରଥମ ହୋଇ ଫାଇନାଲରେ ପ୍ରବେଶ କରିଥିଲେ। ଏସୀୟ କ୍ରୀଡ଼ାରେ ୨ଟି ରୌପ୍ୟ ପଦକ ଜିତି ଇତିହାସ ରଚିବା ପରେ ଦୂତିଙ୍କ ନିକଟଙ୍କୁୁ ସମସ୍ତେ ଶୁଭେଚ୍ଛା ବାର୍ତ୍ତା ପଠାଉଛନ୍ତି। ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସ୍ୱତନ୍ତ୍ର ବାଲୁକା ସ୍ତୁପ ନିର୍ମାଣ କରି ଶୁଭେଚ୍ଛା ଜଣାଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button