May 19, 2024

ଅରୁଣ ଜେଟଲୀଙ୍କ ସ୍ମରଣରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଲେ ଧର୍ମେନ୍ଦ୍ର ପ୍ରଧାନ

1 min read
Union-Minister-Dharmendra-Pradhan-Aajira-Odisha

ଆଓରି-ଭୁବନେଶ୍ଵର(୦୫/୦୯) : ଓଡିଆ ଜାତିକୁ ଭଲ ପାଉଥିବା ଜଣେ ଭଲ ବନ୍ଧୁଙ୍କୁ ଓଡିଶା ହରାଇଲା ବୋଲି ଭୁବନେଶ୍ୱର ଠାରେ ବରିଷ୍ଠ ବିଜେପି ନେତା, ଆଇନ ବିଶାରଦ ତଥା ପୂର୍ବତନ ଅର୍ଥମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀଙ୍କ ସ୍ମରଣରେ ଆୟୋଜିତ ସାର୍ବଜନୀନ ଓ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସ୍ୱର୍ଗତ ଅରୁଣ ଜେଟଲୀ ଓଡିଶାର ଜଣେ ବନ୍ଧୁ ଥିଲେ । ସେ ଓଡିଆ ବନ୍ଧୁ ମାନଙ୍କୁ କହୁଥିଲେ ଓଡିଆ ଜାତି ହେଉଛି ବୁଦ୍ଧିଜୀବୀଙ୍କ ସମାଜ । ଡାକ୍ତର, ଓକିଲ, ପ୍ରଫେସର, ବିଚାରକ ହେବା ଓଡିଆ ଜାତିର ଗୁଣ । ଓଡିଶା ଜଣେ ବନ୍ଧୁ ଓ ଅଭିଭାବକକୁ ହରାଇଲା ବୋଲି ସେ କହିଛନ୍ତି । ଅରୁଣ ଜେଟଲୀ ଏପରି ଜଣେ ବ୍ୟକ୍ତିତ୍ୱ ଥିଲେ ଯେ ସର୍ବଦା କୁହନ୍ତି ଓଡିଆ ଜାତି ଏକ ବୁଦ୍ଧିଜୀବୀ ଲୋକଙ୍କର ଜାତି । ସେ ଓଡିଆ ଜାତିକୁ ଠିକ୍ ଭାବେ ଜାଣିଥିଲେ । ଅରୁଣ ଜେଟଲୀ ବର୍ତମାନ ସମୟରେ ବିଚାରଧାରା ବାହାରେ ସମାଜ ଜୀବନର ସବୁ ସ୍ତରର ଲୋକମାନଙ୍କ ଭିତରେ ସବୁଠୁ ବିଶ୍ୱସନୀୟ, ଆସ୍ଥାଭାଜନ ଓ ସ୍ନେହୀ ଲୋକ ଥିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ସମୟରେ ତାଙ୍କ ଅନୁରୋଧ କ୍ରମେ ଅରୁଣ ଜେଟଲୀ ଭାରତ ସରକାରଙ୍କ ତରଫରୁ ବଜେଟରେ ଅର୍ଥ ବ୍ୟବସ୍ଥା କରିଥିଲେ । ନବକଳେବର ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଏକ ସ୍ମାରକୀ ମୁଦ୍ରା ପ୍ରଚଳନ କରିବା ପାଇଁ ସେ ତୁରନ୍ତ ଅନୁମତି ଦେଇଥିଲେ । ଓଡିଆ ଲୋକ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଅପାର ଥିଲା ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେହିପରି ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତିକୁ ଭାରତ ସରକାରଙ୍କ ସ୍ୱୀକୃତି ସହ ବଜେଟ୍ ପ୍ରସ୍ତାବର ଶବ୍ଦ ସଂଯୋଜନା ଅରୁଣ ଜେଟଲୀ କରିଥିଲେ ବୋଲି ସେ କହିଛନ୍ତି ।

ଦିଲ୍ଲୀର ଦରିଆଗଞ୍ଜରେ ବହି ବିକ୍ର କରୁଥିବା ଲୋକ ହେଉ କିମ୍ବା ଦେଶ ବିଦେଶର ବୈଷେୟିକ ନେତୃତ୍ୱ ହେଉ, ଦେଶରେ ବିଭିନ୍ନ ବିଚାରଧାରାର ପ୍ରମୁଖ ବ୍ୟକ୍ତି ବା ସାମାନ୍ୟ କାର୍ଯ୍ୟକର୍ତା ହୁଅନ୍ତୁ ସମସ୍ତଙ୍କର ଜଣେ ବନ୍ଧୁ ଏବଂ ଭାଇ ଓ ଏକ ଆସ୍ଥାର କେନ୍ଦ୍ର ଭାବେ ଅରୁଣ ଜେଟଲୀ ସାମାଜିକ ଜୀବନକୁ ପୂରା କରି ବିଦାୟ ନେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.