ନୂତନ ରେଳ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
1 min read
ଆଓରି-ଭୁବନେଶ୍ଵର(୩୧/୧୨) : ଓଡ଼ିଶାରେ ନିର୍ମାଣାଧୀନ ଓ ନୂଆ ରେଳ ପ୍ରକଳ୍ପ ସମ୍ପର୍କରେ କେନ୍ଦ୍ର ପେଟ୍ରୋଲିୟମ ତଥା ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳ ସଦନଠାରେ ରବିବାର ସମୀକ୍ଷା କରିଛନ୍ତି। ପ୍ରକଳ୍ପଗୁଡ଼ିକ କିଭଳି ଭାବେ ଶୀଘ୍ର ଶେଷ ହେବ ସେ ନେଇ ଶ୍ରୀ ପ୍ରଧାନ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ବୈଠକରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର, ରେଳ ବୋର୍ଡର ଅତିରିକ୍ତ ସଭ୍ୟ (କାର୍ଯ୍ୟ) ମୁକେଶ କୁମାର ଗୁପ୍ତା, ପ୍ରମୁଖ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ(ଇନଫ୍ରା) ଏସ୍.କେ. ମିଶ୍ର ଏବଂ ରେଳପଥର ମୁଖ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରକଳ୍ପ ଶେଷ କରିବାକୁ ସମସ୍ତ ଅଂଶୀଦାରମାନେ ସହଯୋଗିତା ଭିତ୍ତିରେ କାର୍ଯ୍ୟ କରିବାକୁ ପ୍ରଧାନ କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରିଛନ୍ତି।