ଦାମଙ୍କୁ କୋଣଠେସା ପ୍ରସଙ୍ଗ : ପୁଅ ସମ୍ବିତ କହିଲେ ‘ଉପର ଲେବଲ କଥା
1 min read
ଆ.ଓ.ରି(ତା୯|୫)-
ବିଜେଡିରେ ଡାକ୍ତର ଦାମୋଦର ରାଉତ ଏବେ ସଂପୂର୍ଣ୍ଣ କୋଣଠେସା। ଏକଥାକୁ ମର୍ମେ ମର୍ମେ ଅନୁଭବ କରୁଛନ୍ତି ନୂଆ କରି ସଂପାଦକ ପଦ ପାଇଥିବା ପୁଅ ସମ୍ବିତ ରାୟତରାୟ।
ନବୀନ ନିବାସରେ ଦୁଇଦିନ ଧରି ଦଳର ବୈଠକ ବିଷୟରେ ବି ସମ୍ବିତ ମୁହଁ ଖୋଲିଛନ୍ତି। ବାପାଙ୍କୁ କାହିଁକି ଏ ବୈଠକକୁ ଡକାଗଲା ନାହିଁ, ସେ ପ୍ରଶ୍ନରେ ଏହା ଦଳର ଆଭନ୍ତରୀଣ ମାମଲା ଓ ଉପର ଲେବଲ କଥା କହି ନିଜ ଅସହାୟତା ପ୍ରକାଶ କରିଛନ୍ତି ସମ୍ବିତ୍। କିନ୍ତୁ ସେ ବାପାଙ୍କ ପ୍ରତିନିଧି ଭାବେ ବୈଠକକୁ ଯାଇ ନଥିଲେ ବୋଲି କହିଛନ୍ତି।ନିଜ ଭବିଷ୍ୟତ ରାଜନୀତି ଜୀବନ ଉପରେ ରୋକଠୋକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଓ ବାପା ଚାହିଁଲେ ସେ ୧୯ ନିର୍ବାଚନ ଲଢିବେ। ଆଉ ଦାମଙ୍କ ପୁଅ ଭାବେ ସେ ପାଇଥିବା ପରିଚୟକୁ ନେଇ ଗର୍ବିତ ବୋଲି କହିଛନ୍ତି ସମ୍ବିତ। ରାଜ୍ୟ ରାଜନୀତରେ ଆଗକୁ ବହୁତ କିଛି ହେବାକୁ ଯାଉଛି ବୋଲି ଇଙ୍ଗିତ କରିଛନ୍ତି ଦାମଙ୍କ ପୁଅ ସମ୍ବିତ, ଯାହା ଦାମଙ୍କୁ ନେଇ ଭବିଷ୍ୟତର ହଲଚଲ୍କୁ ଇସାରା କରୁଛି।