ବିଶେଷବ୍ୟକ୍ତିତ୍ଵ

ଅଟଳ ଙ୍କ ଅମର ଗାଥା ଏବଂ କଥା

 

ଭାରତ ଭାରତ ରତ୍ନ ତଥା ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନିଧନ ପରେ ମଧ୍ୟ ସମଗ୍ର ଦେଶ ଆଜି ତାଙ୍କୁ ମନେ ପକାଉଛି। ଏଭଳି ଜଣେ ବ୍ୟକ୍ତିତ୍ୱ ଯିଏ ସମୟାନୁକ୍ରମେ ରାଜନୀତିରେ ରହି ମଧ୍ୟ ରାଜନୀତିର ଊଦ୍ଧ୍ୱର୍କୁ ଚାଲି ଯାଇଥିଲେ। ଅଟଳ ବିହାରୀ ବାଜପେୟୀ (୨୫ ଡିସେମ୍ବର ୧୯୨୪ – ୧୬ ଅଗଷ୍ଟ ୨୦୧୮), ଜଣେ ରାଜନେତା, ଓଜସ୍ୱୀ ବକ୍ତା ଏବଂ ପ୍ରସିଦ୍ଧ ହିନ୍ଦୀ କବି ଥିଲେ । ସ୍ଵାଧୀନ ଭାରତର ଦଶମ ପ୍ରଧାନମନ୍ତ୍ରୀ ଭାବେ ମୋଟ ସେ ତିନିଥର (୧୯୯୬ରେ ୧୩ ଦିନ, ୧୯୯୮ରୁ୧୯୯୯ ମଧ୍ୟରେ ୧୩ ମାସ,୧୯୯୯ରୁ୨୦୦୪ ପୁରା ୫ ବର୍ଷ) କାର୍ଯ୍ୟଭାର ସମ୍ଭାଳି ଥିଲେ । ବାଜପେୟୀ ଅବିବାହିତ ଥିଲେ । ବାଜପେୟୀ ଜଣେ ଉଦାରବାଦୀ ନେତା ଭାବେ ବିବେଚିତ ।ପୂର୍ବତନ ପ୍ରଧାନମନ୍ତ୍ରୀ, ବିକାଶ ପୁରୁଷ ତଥା ମହାନ ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କ ଦୁଃଖଦ ବିୟୋଗରେ ରାଜ୍ୟ ବିଜେପି ପକ୍ଷରୁ ପାର୍ଟି କାର୍ଯ୍ୟାଳୟରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏଥିପାଇଁ ଆଜି ତାଙ୍କ ବିୟୋଗରେ ଦଳଗତ ନିର୍ବିଶେଷରେ ବହୁ ଦଳୀୟ ନେତା ନିଜ ଭାବ ପ୍ରବଣତାକୁ କାଗଜ ଅଥବା ବ୍ଲଗରେ ଲେଖୁଛନ୍ତି। ଭାରତୀୟ ରାଜନୀତିରେ ଆଜି ସମସ୍ତ ନେତା ବାଜପେୟୀଙ୍କ ସହ ଅନୁଭୂତିକୁ ଲେଖିବା ପ୍ରଚ୍ଛଦରେ କ’ଣ ରହିଛି କାରଣ? ଏଭଳି ଜଣେ ନେତା ଯିଏ କେବଳ ଭାରତୀୟ ରାଜନୀତିକୁ ପ୍ରଭାବିତ କରି ନଥିଲେ ବରଂ ନେତାଙ୍କ ଚିନ୍ତନ ଶକ୍ତିକୁ ମଧ୍ୟ ପ୍ରଭାବିତ କରି ପାରୁଥିଲେ  ୧୯୯୯ ମହାବାତ୍ୟା ପରେ ଓଡ଼ିଶାବାସୀଙ୍କ ଦୁର୍ଦିନରେ ବାଜପେୟୀଙ୍କ ସାହାଯ୍ୟ ଓ ସମର୍ଥନ ଅବିସ୍ମରଣୀୟ। ମହାବାତ୍ୟାରେ ପ୍ରଭାବିତ ଲୋକଙ୍କୁ ସ୍ୱତନ୍ତ୍ର ରିଲିଫ ସାମଗ୍ରୀ ପହଞ୍ଚାଇବା ଏବଂ ବାସହରାମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଘର ଯୋଗାଇବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ରାଜ୍ୟର ଭୁବନେଶ୍ୱରରେ ଦେଶର ପ୍ରଥମ ଏମ୍‍ସ ଶାଖାର ଶୁଭାରମ୍ଭ ସ୍ୱର୍ଗତ ବାଜପେୟୀଙ୍କ କାର୍ଯ୍ୟକାଳ ସମୟରେ ହୋଇଥିଲା। ସେ ପାରାଦ୍ୱୀପକୁ ଓଡ଼ିଶା ଯୁବପିଢିଙ୍କ ପ୍ରଗତିର ଦୀପ କରିବା ପାଇଁ ଇଣ୍ଡିଆନ ଅଏଲ ତୈଳବିଶୋଧନାଗାରର ପରିକଳ୍ପନା କରିଥିଲେ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ମାଧ୍ୟମରେ ଆଜି ଗ୍ରାମାଞ୍ଚଳଗୁଡିକର ରାସ୍ତା ସହରର ମୁଖ୍ୟ ରାସ୍ତା ସହ ସଂଯୋଗ ହୋଇପାରିଛି ବୋଲି ସେ କହିଥିଲେ। । ଆସନ୍ତୁ ଜାଣିବା ଏଭଳି ଜଣେ ବ୍ୟକ୍ତିତ୍ୱର କିଛି ପ୍ରେରଣା ଦାୟକ ବିଚାର।

୧) ଛୋଟ ମନ ନେଇ କେହିଁ ବଡ଼ ହୋଇ ପାରନ୍ତି ନାହିଁ, ଭଙ୍ଗା ହୃଦୟ ନେଇ କେହି ଛିଡ଼ା ହୋଇ ପରନ୍ତି ନାହିଁ।
୨) ଜିତିବା ଓ ହାରିବା ଜୀବନର ଅଂଶବିଶେଷ, ଏହାକୁ ସମାନ ଦୃଷ୍ଟିଭଙ୍ଗୀରେ ଦେଖିବାର ଆବଶ୍ୟକତା ରହିଛି।
୩) ଯଦି ଭାରତ ଧର୍ମନିରପେକ୍ଷ ନୁହେଁ ତେବେ ଭାରତ କଦାପି ଭାରତ ନୁହେଁ।
୪) ମୁଁ କୌଣସି ପ୍ରତିଶ୍ରୁତି ନେଇ ଆସି ନାହିଁ; କିନ୍ତୁ ମନୋବଳ ନିଶ୍ଚିତ ନେଇ ଆସିଛି।
୫) ଲୋକତନ୍ତ୍ର ଏଭଳି ଏକ ସ୍ଥାନ ଯେଉଁଠି ଦୁଇ ଜଣ ମୂର୍ଖ ମିଶି ଜଣେ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ପରାଜିତ କରି ପାରନ୍ତି।
୬) ମୋ ପାଖରେ ନା’ ଅଛି ବୁଢା ବାପା, ନା’ ବାପାଙ୍କ ସମ୍ପତ୍ତି, ଯଦି ଅଛି ତାହା ହେଲା ମା’ର ଆଶୀର୍ବାଦ।
୭) ଅବଶ୍ୟକ ପଡ଼ିଲେ ଆପଣ ବନ୍ଧୁ ବଦଳାଇ ପାରିବେ, କିନ୍ତୁ ପଡ଼ୋଶୀ ବଦଳାଇ ହୁଏନା।                                                                                                                ୮)କୌଣସି ଅସ୍ତ୍ରଶସ୍ତ୍ର ନୁହେଁ କେବଳ ଭାଇଚାରା ଦ୍ଵାରା ହିଁ ସମସ୍ୟାର ସମାଧାନ ହୋଇପାରେ ।                                                                                                                    ୯) ମୁଁ ଚାହୁଁଛି କୌଣସି ନାଗରିକ ନିଜକୁ ଅସହାୟ ଏବଂ ଏକାକୀ ମନେକରନ୍ତୁ ନାହିଁ କାରଣ ପୁରା ଭାରତ ବର୍ଷ ତୁମ ସହିତ ଅଛି ।                                                                        ୧୦) ଆମର ଲକ୍ଷ ଭାରତକୁ ବୈଶୟୀକ ଆରଏନଡ଼ି କେନ୍ଦ୍ର ଭାବେ ଗଢାଯିବା ।

ରାଷ୍ଟ୍ରୀୟ ସ୍ମୃତି ସ୍ଥଳରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅନ୍ତିମ ସଂସ୍କାର ପ୍ରକ୍ରିୟା ଆରମ୍ଭ ହୋଇଛି। ବିଜେପି ମୁଖ୍ୟ କାର୍ଯ୍ୟାଳୟରୁ ଅନ୍ତିମ ଯାତ୍ରା ରାଷ୍ଟ୍ରୀୟ ସ୍ମୃତି ସ୍ଥଳରେ ପହଞ୍ଚିବା ପରେ ତିନି ସେନା ବହିନୀ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ପରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ପରେ ସାର୍କ ରାଷ୍ଟ୍ର ମାନଙ୍କରୁ ଆସିଥିବା ରାଷ୍ଟ୍ରମୁଖ୍ୟମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେହିପରି ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆୱାଣୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପ୍ରମୁଖ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

 

Related Articles

Leave a Reply

Your email address will not be published. Required fields are marked *

Back to top button