ରାଜ୍ୟ

ଶିଶୁ ଯୌନ ନିର୍ଯାତନା ପ୍ରତିଷେଧକ ରଣନୀତି ପାଇଁ NCPCR ଦ୍ୱାରା ପରାମର୍ଶ ସମ୍ମିଳନୀ ଅନୁଷ୍ଠିତ

ଆଓରି(ତା୨୭|୪)-ଶିଶୁ ଯୌନ ନିର୍ଯାତନା ପ୍ରତିଷେଧକ ରଣନୀତି ପ୍ରସ୍ତୁତ କରିବା ପାଇଁ ଆଜି (NCPCR) ଦ୍ୱାରା ଏକ ପରାମର୍ଶ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ NCPCRର ଅଧ୍ୟକ୍ଷ ଶ୍ରୀମତୀ ସ୍ତୁତି କାକର ଅଧ୍ୟକ୍ଷତା କରିଥିଲେ। ଦେଶରେ ଶିଶୁମାନଙ୍କ ପ୍ରତି ଯୌନ ନିର୍ଯାତନା ଘଟଣା ବୃଦ୍ଧି ନେଇ ସେ ଚିନ୍ତାବ୍ୟକ୍ତ କରିଥିଲେ। NCPCR ର ସଦସ୍ୟ ଶ୍ରୀ ଯଶୋବନ୍ତ ଜୈନ ଏବଂ AIIMS ଡ. ରାଜେଶ ସାଗର ଏହି ଅବସରରେ ଉପସ୍ଥିତ ଥିଲେ।

ଏହି ସମ୍ମିଳନୀରେ ଶିଶୁ ଯୌନ ନିର୍ଯାତନା ଏବଂ ଶିଶୁ ଅଧିକାର ଉପରେ ରାଷ୍ଟ୍ରୀୟ ସ୍ତରରେ ଗ୍ରାମୀଣ ଏବଂ ସହରୀ କ୍ଷେତ୍ର ଗୁଡିକରେ ବ୍ୟାପକ ଭାବେ ସଚେତନତା ଅଭିଯାନ କରାଯିବା ପାଇଁ ଦୃଢ ନିଷ୍ପତି ନିଆଯାଇଥିଲା। ଶିଶୁଯୌନ ନିର୍ଯାତନା କ୍ଷେତ୍ରରେ NCPCR ଦ୍ୱାରା ବିଭିନ୍ନ ସ୍ତରରୁ୧୫୩ ଟି ପରାମର୍ଶ ମିଳିଥିଲା ଯାହା ମଧ୍ୟରେ ୭୦ଟି ସଚେତନତା ସୃଷ୍ଟି କରିବା ପାଇଁ ମତାମତ ଦେଇଥିଲେ। ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ଚେନ୍ନାଇରେ କାର୍ଯ୍ୟରତ ବିଭିନ୍ନ ବେସରକାରୀ ସଂଗଠନ ସହ ଏ ବିଷୟରେ ଆଲୋଚନା କରାଯିବା ସହ ଗଣମାଧ୍ୟମ ଜରିଆରେ ସଚେତନତା ସୃଷ୍ଟି କରିବା ଉପରେ ମଧ୍ୟ ନିଷ୍ପତି ନିଆଯାଇଥିଲା।

ଶିଶୁଯୌନ ନିର୍ଯାତନାର ଆଇନଗତ, ସାମାଜିକ, ଚିକିତ୍ସା ଏବଂ ମାନସିକ ଦିଗ ରହିଛି। ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଶିଶୁ, ଅଭିଭାବକ, ସାଧାରଣ ଲୋକମାନଙ୍କୁ ସଚେତନ କରାଯିବାର ଆବଶ୍ୟକତା ଉପରେ ଜୋର ଦିଆଯାଇଥିଲା। ଏହିଭଳି ଦୁଷ୍କର୍ମ ପାଇଁ ଜିରୋଟଲରାନ୍ସ ବ୍ୟବସ୍ଥା ଲାଗୁ କରାଯିବା ନେଇ ମତ ପ୍ରକାଶ ପାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button