ଅପରାଧ

ଶିଶୁଙ୍କ ବଳାତ୍କାରୀଙ୍କୁ ହେବ ମୃତ୍ୟୁଦଣ୍ଡ!

ଆଓରି(ତା୨୧|୪)- କଠୁଆ ନାବାଳିକା ଗଣବଳାତ୍କାର ଓ ହତ୍ୟା ଘଟଣା ପରେ ଶିଶୁଙ୍କ ପ୍ରତି ବଳାତ୍କାର ଭଳି ଜଘନ୍ୟ ଅପରାଧ ଘଟାଉଥିବା ଅପରାଧିଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବା ଲାଗି ସମଗ୍ର ଦେଶରେ ଦାବି ଜୋର ଧରିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମଧ୍ୟ ତତ୍ପର ହୋଇପଡିଛନ୍ତି। ଏ ନେଇ ‘ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଆଇନ (ପୋକ୍‌ସୋ)’ରେ ସଂଶୋଧନ କାର୍ଯ୍ୟ ଆରମ୍ଭ ହୋଇଛି। ୧୨ ବର୍ଷରୁ କମ୍‌ ବୟସର ନାବାଳିକାଙ୍କୁ ବଳାତ୍କାର ଘଟଣାରେ ଅପରାଧୀଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବାର ବ୍ୟବସ୍ଥା ଏହି ଆଇନରେ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ ଦର୍ଶାଯାଇଛି। ଏକ ଜନସ୍ୱାର୍ଥ ମାମଲା ଉପରେ ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ କେନ୍ଦ୍ର ସରକାର ଏହି ସତ୍ୟପାଠ ଦାଖଲ କରିଛନ୍ତି। କଠୁଆର ୮ ବର୍ଷ ବୟସ୍କା ନାବାଳିକାଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ନେଇ ଗଭୀର ଭାବେ ମର୍ମାହତ ବୋଲି ଗତ ସପ୍ତାହରେ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧି କହିଥିଲେ। ୧୨ ବର୍ଷରୁ କମ୍‌ ଶିଶୁଙ୍କ ବଳାତ୍କାରୀମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବା ଲାଗି କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବେ ବୋଲି ସେ କହିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button