ମହିଳାଙ୍କ ସୁରକ୍ଷା-ସ୍ୱଚ୍ଛତା ପାଇଁ ଆରମ୍ଭ ହେବ ଉଜ୍ଜଳା ସାନିଟାରି ନାପକିନ୍ ଯୋଜନା
1 min read
ଆଓରି-ଭୁବନେଶ୍ଵର(୨୮/୧୨) : ସ୍ଵଚ୍ଛତା, ସୁରକ୍ଷା ଓ ସାମାଜିକ ଅଭିଯାନ କ୍ଷେତ୍ରରେ ଆଉ ଗୋଟିଏ ପାଦ ଆଗକୁ ବଢିଛି ଭାରତ ସରକାରଙ୍କ ପେଟ୍ରୋଲିୟମ ବିଭାଗ । ପ୍ରଥମେ ମହିଳା ମାନଙ୍କୁ ଚୁଲି ଧୂଆଁରୁ ରକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଆଉ ଏବେ ପୁଣି ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ଆରମ୍ଭ କରିବାକୁ ଯାଉଛି ଉଜ୍ଜଳା ସାନିଟାରି ନାପକିନ୍ ଯୋଜନା ।
ପ୍ରାୟ ୩ କୋଟି ଟଙ୍କା ବ୍ୟୟ ବରାଦରେ ୧୦୦ଟି ଆଞ୍ଚଳିକ ପ୍ରସ୍ତୁତ କେନ୍ଦ୍ର ସ୍ଥାପନା କରିବାକୁ ଯୋଜନା ରଖିଛି ତୈଳ ମନ୍ତ୍ରଣାଳୟ । ୪୫ ହଜାରରୁ ୫୦ ହଜାର ପ୍ୟାଡ୍ ଉତ୍ପାଦନ ପାଇଁ ପ୍ରତ୍ୟେକ ସଂସ୍ଥାରେ ପର୍ଯ୍ୟାପ୍ତ କଂଚାମାଲ ଅଗ୍ରୀମ ଭାବେ ରଖାଯାଇଛି । ସେହିଭଳି ୮ ଟି ପ୍ୟାଡ୍ ଥାଇ ପ୍ରତି ପ୍ୟାକେଜ୍ ମୂଲ୍ୟ ୪୨ ଟଙ୍କା ଧାର୍ଯ୍ୟ କରାଯାଇଛି । ଅନ୍ୟପଟେ ମହିଳା ମାନଙ୍କୁ ଏ ଦିଗରେ ସଚେତନ କରିବା ପାଇଁ ଉଜ୍ଜଳା ଦିଦି ମାନଙ୍କୁ ନିଯୁକ୍ତି କରାଯିବା ସହ ଆସନ୍ତା ୩୦ ତାରିଖରେ ଏହି ଯୋଜନାର ଶୁଭାରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ପେଟ୍ରୋଲିୟମ ବିଭାଗ ।