Uncategorizedଜାତୀୟରାଜ୍ୟ

୨୮ ମାସ ମଧ୍ୟରେ ଲକ୍ଷ୍ୟ ପୂରଣ କରିବାକୁ ସକ୍ଷମ ହୋଇଛି ଉଜ୍ଜ୍ୱଳା ଯୋଜନା

ଆଓରି-ନୂଆଦିଲ୍ଲୀ(୩/୮) : କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଧାର୍ଯ୍ୟ ସମୟର ୮ ମାସ ପୂର୍ବରୁ ଲକ୍ଷ୍ୟ ପୂରଣ କରିବାକୁ ସକ୍ଷମ ହୋଇଛି। ଏହି ଯୋଜନା ଅନ୍ତର୍ଗତ ୨୦୧୯ ମେ’ ସୁଦ୍ଧା ଦେଶର ୫ କୋଟି ଗରିବ ମହିଳାଙ୍କୁ ରନ୍ଧନ ଗ୍ୟାସ୍‌ ସଂଯୋଗ ଦେବାର ଲକ୍ଷ୍ୟ ରଖାଯାଇଥିଲା। ତେବେ ଏହି ଲକ୍ଷ୍ୟ ୨୮ ମାସ ମଧ୍ୟରେ ପୂରଣ ହୋଇପାରିଛି। ସୂଚନାଯୋଗ୍ୟ, ୨୦୧୬ ମେ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶ ବଲିଆଠାରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନାରେ ୩ ବର୍ଷ ମଧ୍ୟରେ ୫ କୋଟି ଗରିବ ମହିଳାଙ୍କୁ ରନ୍ଧନ ଗ୍ୟାସ ସଂଯୋଗ ଦେବା ଲାଗି ସରକାର ସୂଚିତ କରିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବାଧ୍ୟତାମୂଳକ ଭାବେ ଆଧାର ନମ୍ବର ସଞ୍ଜୋଗୀକରଣ ଦ୍ଵାରା ପ୍ରକୃତ ହିତାଧିକାରୀଙ୍କୁ ଉଚିତ ମୂଲ୍ୟ ଓ ସୁବିଧା ମିଳିବା ସହିତ ଗ୍ୟାସ ଏଜେନ୍ସିମାନଙ୍କ ବାଟମାରଣା ସମ୍ପୂର୍ଣ୍ଣ ବନ୍ଦ  ହୋଇଯାଇଛି | ଗ୍ରାହକ ମାନଙ୍କୁ ଗ୍ୟାସ ସବସିଡି ନିଜ ବ୍ୟାଙ୍କ ଖାତାକୁ ସିଧାସଳଖ ଟ୍ରାନ୍ସଫର କରାଯାଇ, ଏକ ସ୍ଵଚ୍ଛ ଯୋଜନା ରୂପରେ ପରିଣତ ହୋଇଛି |

 

Related Articles

Leave a Reply

Your email address will not be published. Required fields are marked *

Back to top button