ଆନ୍ତର୍ଜାତୀୟ

ଉଗାଣ୍ଡାରେ ହେବ ଗାନ୍ଧୀ ସ୍ଥାପତ୍ୟ କେନ୍ଦ୍ର ; ନରେନ୍ଦ୍ର ମୋଦି

ଆଓରି-ବ୍ୟୁରୋ(୨୬/୭) : ଉଗାଣ୍ଡାର ଜିଞ୍ଜାରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାନରେ ଏକ ଗାନ୍ଧୀ ହେରିଟେଜ ସେଣ୍ଟର ନିର୍ମାଣ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଘୋଷଣା କରିଛନ୍ତି। ଉଗାଣ୍ଡା ସଂସଦକୁ ସମ୍ବୋଧିତ କରିବା ଅବସରରେ ସେ ଏହା ପ୍ରକାଶ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମହାତ୍ମା ଗାନ୍ଧୀଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଆଫ୍ରିକାର ଅବଦାନକୁ ମନେ ପକାଇବା ଲାଗି ଏହି ପ୍ରୟାସ ତାଙ୍କ ପ୍ରତି ସବୁଠୁ ବଡ଼ ଶ୍ରଦ୍ଧାଞ୍ଜଳି ହେବ। ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତର ସ୍ଵାଧୀନତା ସଂଗ୍ରାମ ଆଫ୍ରିକା ସହ ଘନିଷ୍ଠ ଭାବେ ଜଡ଼ିତ। ସୂଚନାଯୋଗ୍ୟ, ଉଗାଣ୍ଡା ଗସ୍ତ ଶେଷ ହେବାପରେ ପ୍ରଧାନମନ୍ତ୍ରୀ ଦକ୍ଷିଣ ଆଫ୍ରିକା ଗସ୍ତ କରିବେ। ସେଠାରେ ସେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ।

Related Articles

Leave a Reply

Your email address will not be published. Required fields are marked *

Back to top button