March 22, 2023

ବାରାମୁଳାରେ ଏନକାଉଣ୍ଟର ; ଦୁଇ ଆତଙ୍କବାନୀ ନିହତ

1 min read
Encounter-in-Baramula-Aajira-Odisha

ଆଓରି-ନୂଆଦିଲ୍ଲୀ(୨୧/୦୮) : ଗତକାଲି ରାତିରେ ଜାମ୍ମୁ-କାଶ୍ମୀରର ବାରାମୁଳାରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି । ଏଥିରେ ଦୁଇ ଜଣ ଆତଙ୍କବାନୀ ନିହତ ହୋଇଥିବା ସୂଚନା ମିଳିଛି ।

ବାରାମୁଳା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ମିଳିବା ପରେ ସିଆରପିଏଫ ଏବଂ ଏସଓଜି ଯବାନଙ୍କ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରିଦିଆଯାଇ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ଆତଙ୍କବାଦୀମାନେ ଖସି ପଳାଇବାରେ ବିଫଳ ହେବାରୁ ଯବାନମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଯବାନମାନେ ମଧ୍ୟ ପାଲଟା ଗୁଳିମାଡ଼ କରିଥିଲେ। ଦୁଇ ପକ୍ଷ ମଧ୍ୟରେ କିଛି ସମୟ ଧରି ଗୁଳିବିନିମୟ ଚାଲିଥିଲା, ଯେଉଁଥିରେ ୨ ଆତଙ୍କବାଦୀ ନିହତ ହୋଇଥିଲେ।

ଗୋଇନ୍ଦା ସଂସ୍ଥାକୁ ମିଳିଥିବା ସୂଚନା ଅନୁସାରେ, ଜାମ୍ମୁ-କାଶ୍ମୀରରେ ବର୍ତ୍ତମାନ ୩୦୦ ଆତଙ୍କବାଦୀ ସକ୍ରିୟ ରହିଛନ୍ତି। ଓଜିଡବ୍ଲୁଙ୍କ ସଂଖ୍ୟା ୬ ହଜାରରୁ ଅଧିକ ଅଛି। ଏହି ଓଜିଡବ୍ଲୁ ଆତଙ୍କବାଦୀମାନଙ୍କୁ ସହାୟତା କରିବା ସହିତ ଘାଟିରେ ହିଂସା ଏବଂ ପଥରମାଡ଼କୁ ପ୍ରୋତ୍ସାହନ ଦେଇଥାନ୍ତି। ଏମାନଙ୍କ ଗତିବିଧି ଉପରେ ଯବାନମାନେ କଡ଼ା ନଜର ରଖିଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.