ଜାତୀୟ

ୟୁପିରୁ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ଆଓରି-ନୂଆଦିଲ୍ଲୀ(୨୨/୦୨) : ୟୁପି ପୋଲିସର ଏଟିଏସ୍‌ ଦେବବନ୍ଧରୁ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି । ଜୈଶ-ଏ-ମହମ୍ମଦ ସହ ଏମାନଙ୍କ ସମ୍ବନ୍ଧ ଥିବା କୁହାଯାଉଛି । ସେମାନଙ୍କ ମଧ୍ୟରୁ ଶାହନବାଜ ଅହମଦ ତେଲି କାଶ୍ମୀରର କୁଲଗାମର ବାସିନ୍ଦା । ଶାହନବାଜ ଜୈଶର ଜଣେ ସକ୍ରିୟ ସଦସ୍ୟ । ଅନ୍ୟଜଣେ ଆକିବ ମହମ୍ମଦ ମଲିକ ପୁଲୱାମାର ବାସିନ୍ଦା ବୋଲି ଜଣାପଡ଼ିଛି ।

ଦେବବନ୍ଧ ସ୍ଥିତ ଏକ ହଷ୍ଟେଲରେ ନିଜକୁ ଛାତ୍ରର ପରିଚୟ ଦେଇ ଏମାନେ ରହୁଥିଲେ । ୟୁପିର ଡିଜିପି ଓପି ସିଂହ ପ୍ରେସ୍‌ କନ୍‌ଫରେନ୍ସ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଶାହନବାଜକୁ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦରେ ପିଲାଙ୍କୁ ସାମିଲ କରିବାର ଦାୟିତ୍ୱ ଦିଆଯାଇଥିଲା । ସେ ବହୁବାର ୟୁପି ଆସି ସାରିଛି । ଗ୍ରେନେଡ୍‌ ପ୍ରସ୍ତୁତ କରିବାରେ ଶାହନବାଜ ମାହିର ଥିବା ମଧ୍ୟ ପ୍ରକାଶ କରିଛନ୍ତି ଓପି ସିଂହ ।

କୌଣସି ଶିକ୍ଷାନୁଷ୍ଠାନରେ ଆଡମିଶନ ନନେଇ ସେମାନେ ହଷ୍ଟେଲରେ ରହୁଥିଲେ । ଏହାସହ ସେମାନଙ୍କ ପାଖରୁ ଜୈଶ ସହ ଜଡିତ ଭିଡିଓ ଏବଂ ଫଟୋ ଜବତ କରାଯାଇଛି । ଏହା ବ୍ୟତୀତ ସେମାନେ ଜିହାଦୀ ସମ୍ବନ୍ଧିତ ଭିଡିଓ ଚାଟ କରୁଥିବା ମଧ୍ୟ ଜଣାପଡ଼ିଛି ବୋଲି ୟୁପି ବୋଲିସ ସୂଚନା ଦେଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button