ରାଜ୍ୟ

କୃଷକଙ୍କ ପାଇଁ ଦୁଇଟି ନୂଆ ଯୋଜନା

ଆ.ଓ.ରି(ତା୧୭|୫)-ରାଜ୍ୟରେ କୃଷିକ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ  ଦୁଇଟି ନୂଆ ଯୋଜନା ଆରମ୍ଭ ହୋଇଛି। ‘ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ’ ଓ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ’ ନାମକ ଏହି ଦୁଇ ନୂଆ ଯୋଜନାକୁ ଶୁଭାରମ୍ଭ କରିଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହରଥୀ।ଅଭିନବ କୃଷି ଯନ୍ତ୍ରପାତି ଯୋଜନା ଅନୁସାରେ ଯେଉଁ ଚାଷୀମାନେ ନିଜସ୍ୱ ଜ୍ଞାନ କୌଶଳରେ ଅଭିନବ କୃଷି ଯନ୍ତ୍ରପାତି ପ୍ରସ୍ତୁତ କରିବେ, ସେମାନଙ୍କୁ ପୁରସ୍କୃତ କରାଯିବ। ରାଜ୍ୟସ୍ତରରେ ୧୧ଜଣ ଓ ଜିଲ୍ଲା ସ୍ତରରେ ୯୦ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।

ଏହା ବ୍ୟତୀତ ଯେଉଁମାନେ ରାଜ୍ୟସ୍ତରରେ ପୁରସ୍କୃତ ହେବେ, ସେମାନଙ୍କୁ ସରକାରଙ୍କ MSME ବିଭାଗ ପକ୍ଷରୁ ନୂଆ ଷ୍ଟାର୍ଟଅପ୍ କରିବାକୁ ପ୍ରୋତ୍ସାହିତ କରାଯିବ।

ସେହିଭଳି କୃଷି ଉଦ୍ୟୋଗ ଯୋଜନାରେ ଏକ ନୂତନ ୱେବ୍ ପୋର୍ଟାଲ୍ apicol.nic.in ଓ ମୋବାଇଲ୍ ଆପ୍‌ର ମଧ୍ୟ ଶୁଭାରମ୍ଭ କରିଛନ୍ତି କୃଷିମନ୍ତ୍ରୀ। ଏହାଦ୍ୱାରା ଜଣେ ଉଦ୍ୟୋଗୀ ଘରେ ବସି ନିଜ ଉଦ୍ୟୋଗ ସମ୍ପର୍କରେ ସରକାରଙ୍କ ନିକଟରେ ଆବେଦନ କରିପାରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button